ଟି-୨୦ ବିଶ୍ୱକପ୍ ସେମିଫାଇନାଲ : ଅଷ୍ଟ୍ରେଲିଆ ଆଗରେ ୧୭୭ର ବିଜୟ ଲକ୍ଷ୍ୟ ରଖିଲା ପାକିସ୍ତାନ
ଦୁବାଇ : ଟି-୨୦ ବିଶ୍ୱକପର ୨ୟ ସେମି-ଫାଇନାଲରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳ ଯାଇଛି । ଏଥିରେ ପ୍ରଥମେ ବ୍ୟାଟିଂ କରି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ୪ ୱିକେଟ ହରାଇ ୧୭୬ ରନର ବଡ଼ ସ୍କୋର କରିଛି। ଫଳରେ ବିଶ୍ୱକପ୍ ଫାଇନାଲ୍ ଟିକେଟ୍ କାଟିବା ପାଇଁ ଅଷ୍ଟ୍ରେଲିଆକୁ ୧୭୭ ରନ୍ କରିବାକୁ ପଡ଼ିବ। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ୍ ସର୍ବାଧିକ ୬୭, ଫଖର ଜମାନ୍ ୫୫ ଓ କ୍ୟାପଟେନ୍ ବାବର ଆଜମ ୩୯ ରନର ଇନିଂସ୍ ଖେଳିଛନ୍ତି। ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ପ୍ରଥମ ଓଭରରେ ବଡ଼ ଝଟକା ଲାଗିଛି। ଓପ୍ନର ତଥା କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି।
ଅଷ୍ଟ୍ରେଲିଆ ଟସ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୬ ରନ ସଂଗ୍ରହ କରିଛି ପାକିସ୍ତାନ । ଓପନର ମହମ୍ମଦ ରିଜଓ୍ବାନ ଏବଂ ଫକର୍ ଜମାନ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବଡ ସ୍କୋର କରିବାକୁ ସକ୍ଷମ ହୋଇଛି । କଙ୍ଗାରୁ ଟିମକୁ ଫାଇାନଲକୁ ପ୍ରବେଶ କରିବାକୁ ହେଲେ ୧୭୭ ରନ କରିବାକୁ ହେବ । ପାକିସ୍ତାନ ପକ୍ଷରୁ ଓପନର ମହମ୍ମଦ ରିଜଓ୍ବାନ ଏବଂ ବାବର ଆଜମ ଆରମ୍ଭରୁ ହିଁ ବଡ ସଟ୍ ଖେଳି ସ୍କୋରକୁ ଆଗକୁ ବଢାଇଥିଲେ । ରିଜଓ୍ବାନ ୩ ଚୌକା ଏବଂ ୪ ଛକା ସହାୟତାରେ ୬୭ରନ କରି ଆଉଟ ହୋଇଥିବା ବେଳେ, ବାବର ଆଜମ ୩୯ରନ, ଆସିଫ୍ ଅଲ୍ଲୀ ୦ ରନ, ସୋଏବ ମାଲିକ ୧ ରନ କରି ଆଉଟ ହୋଇଛନ୍ତି । ଫକର ଜମାନ ୫୫ରନ ଏବଂ ସୋଏବ ମାଲିକ ୧ ରନ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଓଭରରେ ୩୮ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ଜୋସ ହେଜେଲଉଡ୍ ୪ ଓଭରରେ ୪୯ରନ, ଗ୍ଲେନ୍ ମାକ୍ସଓ୍ବେଲ ୩ ଓଭରରେ ୨୦ରନ, ପ୍ୟାଟ୍ କମିନ୍ସ ୪ ଓଭରରେ ୩୦ରନ ଦେଇ ୧ ଓ୍ବିକେଟ, ଆଡାମ ଜାମ୍ପା ୪ ଓଭରରେ ୨୨ରନ ଦେଇ ୧ ଓ୍ବିକେଟ ଏବଂ ମିଚେଳ ମାର୍ସ ୧ ଓଭର ବୋଲିଂ କରି ୧୧ ରନ ଦେଇଛନ୍ତି ।
