ଟି-୨୦ ବିଶ୍ୱକପ୍ : ଜାଡେଜା ଏବଂ ସାମୀଙ୍କ ଘାତକ ବୋଲିଂ, ଭାରତକୁ ୮୬ ରନ୍ର ଟାର୍ଗେଟ୍ ଦେଲା ସ୍କଟଲାଣ୍ଡ
ସାରଜା : ଦୁବାଇଠାରେ ଆଜି ଟି୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚ ଭାରତ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯ଼ାଉଛି । ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଟିମ୍ ଇଣ୍ଡିଆର ବୋଲର ଦେଖାଇଛନ୍ତି ଦମ୍। ଶୁକ୍ରବାର ଦୁବାଇରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ୱକପ୍ ଗ୍ରୁପ୍-୨ର ଏକ ମ୍ୟାଚରେ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ସ୍କଟଲ୍ୟାଣ୍ଡ ଟିମ୍ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଫଳରେ ଏହି ମୁକାବିଲା ଜିତିବା ପାଇଁ ଭାରତକୁ ମାତ୍ର ୮୫ ରନ୍ କରିବାକୁ ପଡ଼ିବ। ଭାରତ ପାଇଁ ଜବରଦସ୍ତ ବୋଲିଂ କରିଛନ୍ତି ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି। ଦୁହେଁ ୩ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି। ତେବେ ବାକି ବୋଲରମାନେ ମଧ୍ୟ ଆଶା ମୁତାବକ ପ୍ରଦର୍ଶନ କରିଛନ୍ତି। ଯେଉଁ କାରଣରୁ ଭାରତ ସ୍କଟଲ୍ୟାଣ୍ଡକୁ ୧୦୦ ରନ୍ ଭିତରେ ରୋକିପାରିଛି। ନେଟ୍ ରନ୍ ରେଟକୁ ମଜଭୁତ୍ କରିବା ଲାଗି ଭାରତକୁ ୧୦ ଓଭର ଭିତରେ ମ୍ୟାଚ୍ ଜିତିବାକୁ ପଡ଼ିବ।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ମାତ୍ର ୮୫ ରନରେ ଅଲଆଉଟ ହୋଇଯାଇଛି ସ୍କଟଲାଣ୍ଡ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛି ସ୍କଟଲାଣ୍ଡ ଦଳ । ଭାରତକୁ ଜିତିବାକୁ ହେଲେ ମାତ୍ର ୮୬ ରନ କରିବାକୁ ହେବ । ସ୍କଟଲାଣ୍ଡ ପକ୍ଷରୁ ଜର୍ଜ ମୁନସେ ୨୪ ରନ କରି ଆଉଟ ହୋଇଥିବା ବେଳେ, କେଲ୍ କେଏଜର ୧ରନ, ମାଥ୍ୟୁ କ୍ରସ୍ ୨, ରିଚି ବେରିଂଟନ୍ ୦, କାଲୁମ ମାକ୍ ଲିଓଡ୍ ୧୬, ମିଚେଲ ଲିସ୍କ ୨୧ରନ, କ୍ରିସ୍ ଗ୍ରେଭସ୍ ୧ରନ, ସାଫୟାନ ସରିଫ୍ ୦, ଆଲାସଦର ଇଭାନ୍ସ ୦ରନ, ମାର୍କ ଓ୍ବାଟ୍ ୧୪ରନ କରି ଆଉଟ ହୋଇଛନ୍ତି ଏବଂ ବ୍ରାଡ୍ ହ୍ବିଲ୍ ୨ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଜବରଦସ୍ତ ବୋଲିଂ କରିଛନ୍ତି ମହମ୍ମଦ ସାମୀ ଏବଂ ରବୀନ୍ଦ୍ର ଜାଡେଜା । ସାମୀ ୩ ଓଭରରେ ୧୫ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ରବୀନ୍ଦ୍ର ଜାଡେଜା ୪ ଓଭରରେ ୧୫ରନ ଦେଇ ୩ ଓ୍ବିକେଟ, ବରୁଣ ଚକ୍ରବର୍ତ୍ତୀ ୩ ଓଭରରେ ୧୫, ଜଶପ୍ରୀତ ବୁମରାହ ୩.୪ ଓଭରରେ ୧୦ ରନ ୨ ଓ୍ବିକେଟ ଏବଂ ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୯ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
