ଟି-୨୦ ବିଶ୍ୱକପ୍ : ସ୍କଟଲାଣ୍ଡ ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ
ସାରଜା : ଦୁବାଇଠାରେ ଆଜି ଟି୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚ ଭାରତ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯ଼ାଉଛି । ଲଗାତର ତିନୋଟି ମ୍ୟାଚରେ ହାରିବା ପରେ ଶେଷରେ ଟସ୍ ଜିତିଛନ୍ତି ବର୍ଥ ଡେ’ ବୟ ତଥା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ସ୍କଟଲ୍ୟାଣ୍ଡ ବିପକ୍ଷ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବେ।
ଆଫଗାନିସ୍ତାନକୁ ୬୬ ରନରେ ହରାଇବା ପରେ ଭାରତ ନିଜର ଚତୁର୍ଥ ମୁକାବିଲାରେ ସ୍କଟଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ବହୁତ ଜରୁରୀ। ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ଵପୂର୍ଣ୍ଣ ଏହି ମ୍ୟାଚ୍ରେ ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ସ୍କଟଲାଣ୍ଡ। କ୍ରମାଗତ ତିନୋଟି ମ୍ୟାଚ୍ରେ ଟସ୍ ହାରିବା ପରେ ଶେଷରେ କୋହଲି ଟସ୍ ଜିତିଛନ୍ତି। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ବରୁଣ ଚକ୍ରବର୍ତ୍ତୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଚକ୍ରବର୍ତ୍ତୀଙ୍କୁ ସାମିଲ୍ କରାଯାଇଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠୁ ହାରିବା ପରେ ଆଫଗାନିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ରୋହିତ ଶର୍ମା, କେଏଳ ରାହୁଲ, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତେ କରିଥିଲେ ଜବରଦସ୍ତ ବ୍ୟାଟିଂ । ୨୦୦ ଉପରେ ହୋଇଥିଲା ସ୍କୋର । ମ୍ୟାଚ୍ ମଧ୍ୟ ଜିତିଥିଲା ଭାରତ । ଜିତିବା ପରେ ଦଳର ଆତ୍ମବିଶ୍ୱାସ ପୁଣି ଫେରିଛି । ଏହି ଧାରାକୁ ସ୍କଟଲ୍ୟାଣ୍ଡ ବିପକ୍ଷରେ ବଜାୟ ରହିବାକୁ ବିରାଟ ବାହିନୀ ଚାହିଁବ । ଦଳକୁ ଆଜିର ମ୍ୟାଚ୍ ବଡ ବ୍ୟବଧାନରେ ଜିତିବାକୁ ହେବ । ଅନଭିଜ୍ଞ ଦଳ ସ୍କଟଲାଣ୍ଡ ଯୋଗ୍ୟତା ପର୍ଯ୍ୟାୟରେ ବଡ ବିପର୍ଯ୍ୟୟ ଘଟାଇ ସାରିଛି । ଦଳ ବାଂଲାଦେଶକୁ ପରାସ୍ତ କରିଛି । ତେଣୁ ସ୍କଟଲ୍ୟାଣ୍ଡ ଖେଳାଳିଙ୍କୁ ଦୁର୍ବଳ ଭାବିବା ଭୁଲ କରିବନି ଭାରତ ।
ଆଜି ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରୋ ଗୋଟିଏ ପରିବର୍ତ୍ତନ କରିଛି। ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ସ୍କ୍ୱାଡରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ରହସ୍ୟମୟ ସ୍ପିନର ବରୁନ୍ ଚକ୍ରବର୍ତ୍ତୀଙ୍କୁ ସାମିଲ୍ କରାଯାଇଛି। ଅନ୍ୟପକ୍ଷରେ ସ୍କଟଲ୍ୟାଣ୍ଡ ଟିମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆଜିର ଏହି ମ୍ୟାଚ୍ ଭାରତ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ। କାରଣ ଭାରତକୁ ଏହି ମ୍ୟାଚରେ କୌଣସି ପରିସ୍ଥିତି ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ଭାରତ ତା’ର ପୂର୍ବ ମ୍ୟାଚରେ ଆଫଗାନିସ୍ତାକୁ ୬୬ ରନରେ ହରାଇ ନେଟ୍ ରନରେଟକୁ ପଜିଟିଭ୍ କରିଥିଲା। ତେଣୁ ଏହି ମ୍ୟାଚ୍ ଜିତି ଭାରତ ତା’ର ନେଟ୍ ରନ୍ ରେଟକୁ ଆହୁରି ମଜଭୁତ୍ କରିବାକୁ ଚାହିଁବ। ଚଳିତ ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଆସିଛି। ଭାରତ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଯାଇଥିଲା। ଏହି ପରାଜୟ ଭାରତର ସେମିଫାଇନାଲ୍ ଆଶାକୁ କ୍ଷୀଣ କରିଦେଇଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏବେ ଅନ୍ୟ ଟିମ୍ ଉପରେ ନିର୍ଭର କରିବାକୁ ପଡ଼ିବ। ବିଶେଷକରି ନ୍ୟୁଜିଲ୍ୟାଣ୍ଡର ପରାଜୟ ହିଁ ଭାରତର ସେମିଫାଇନାଲ ଆଶା ଉଜ୍ଜୀବିତ କରିପାରିବ ।
ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ବରୁନ୍ ଚକ୍ରବର୍ତ୍ତୀ।
ସ୍କଟଲ୍ୟାଣ୍ଡ: ଜର୍ଜ ମୁନସେ, କାଇଲ କୋଏଜର୍ (କ୍ୟାପଟେନ୍), ମାଥ୍ୟୁ କ୍ରସ୍, ରିଚି ବେରିଙ୍ଗଟନ୍, କାଲମ୍ ମ୍ୟାକଲିଅଡ୍, ମାଇକେଲ୍ ଲିସ୍କ, କ୍ରିସ୍ ଗ୍ରିଭ୍ସ, ମାର୍କ ୱାଟ୍ଟ, ସାଫୟାନ୍ ଶାରିଫ୍, ଆଲାସଡେର୍ ଇଭାନ୍ସ, ବ୍ରାଡ୍ ହ୍ୱିଲ୍।
