ଟି-୨୦ ବିଶ୍ୱକପ : ଏହି ୧୧ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ
ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ଆରମ୍ଭ ହେବ ବିଶ୍ବକପର ବଡ ମ୍ୟାଚ । ଭାରତ-ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ଏହି ମ୍ୟାଚକୁ ଫ୍ୟାନମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ହେଲେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବଡ ମ୍ୟାଚରେ ଭାରତ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ । ତେବେ ଆସନ୍ତୁ ଜାଣିବା କିଏ ଭାରତର ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇପାରନ୍ତି । ପାକିସ୍ତାନ ଶନିବାର ନିଜର ୧୨ ଜଣିଆ ଦଳ ଘୋଷଣା କରି ସାରିଥିବା ବେଳେ ଭାରତ ଟସ୍ ସମୟରେ ହିଁ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିବ। କିନ୍ତୁ ଏହାର ସମ୍ଭାବନା ଅଧିକ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଏହି ମୁକାବିଲାରେ ସୁଯୋଗ ମିଳିପାରେ। ଆସନ୍ତୁ ଜାଣିବା ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଭାରତର ସମ୍ଭାବ୍ୟ ଏକାଦଶ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାର୍ଗଦର୍ଶନ ଏବଂ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୧୩-୦ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଦୁଇ ଦଳ ବିଶ୍ଵ କପରେ ଏ ପର୍ଯ୍ୟନ୍ତ ୧୨ ଥର ମୁହାଁମୁହିଁ ହୋଇଛନ୍ତି। ହେଲେ ପ୍ରତିଥର ଭାରତ ପାକିସ୍ତାନକୁ ମାତ୍ ଦେଇଛି। ଭାରତର ପାକ୍ ବିରୋଧୀ ବିଜୟ ଅଭିଯାନ ୧୯୯୨ ବିଶ୍ଵ କପରୁ ଆରମ୍ଭ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ବିରାଟ କୋହଲି ଏହି ମ୍ୟାଚ୍ର ମହତ୍ଵକୁ ବେଶ୍ ଭଲ ଭାବେ ଜାଣିଛନ୍ତି ଏବଂ ପୂରା ଶକ୍ତି ସହିତ ମଇଦାନକୁ ଓହ୍ଲାଇବ। ଦଳର ଶୀର୍ଷ ଏବଂ ମଧ୍ୟମ କ୍ରମ ପ୍ରାୟତଃ ସ୍ଥିର ହୋଇ ସାରିଛି ଏବଂ ଏଥିରେ ବିଶେଷ ପରିବର୍ତ୍ତନ ହେବାର ନାହିଁ।
ରୋହିତ ଶର୍ମା ଭାରର ଜଣେ ଅଭିଜ୍ଞ ଓପନର । ତେଣୁ ଦଳରେ ତାଙ୍କ ସ୍ଥାନ ନିଶ୍ଚିତ ହୋଇ ରହିଛି । ଆଇପିଏଲରେ ଏତେ ଆକର୍ଷଣୀୟ ପ୍ରଦର୍ଶନ କରିନଥିଲେ ବି ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଦମଦାର ଖେଳ ଦେଖାଇଥିଲେ । କେଏଲ ରାହୁଲ ଭାରତ ପାଇଁ ଦ୍ୱିତୀୟ ଓପନର ଭାବେ ରହିଛନ୍ତି । ସେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ମୋଟ ୬୨୬ ରନ କରି ଦ୍ୱିତୀୟ ସର୍ବାଧିକ ରନ କରିଥିଲେ । ସେହିପରି ଅଭ୍ୟାସ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂ କରି ନିଜ ଦକ୍ଷତା ଦେଖାଇଛନ୍ତି । ତେଣୁ ତାଙ୍କୁ ଦଳରେ ସ୍ଥାନ ମିଳିପାରେ । ଆଇପିଏଲ ୨୦୨୧ରେ ଭଲ ପ୍ରଦର୍ଶନ ନକରିଥିଲେ ବି ଦଳରେ ବିରାଟଙ୍କ ସ୍ଥାନ ପକ୍କା । ତାଙ୍କ ଅଭିଜ୍ଞତା ହିଁ ବିପକ୍ଷଙ୍କୁ ଧୂଳି ଚଟାଇବା ପାଇଁ ଯଥେଷ୍ଟ । ତେଣୁ ବିରାଟଙ୍କ ସ୍ଥାନ ଏକପ୍ରକାର ପକ୍କା ହୋଇ ରହିଛି । ସୂର୍ଯ୍ୟ କୁମାର ଯାଦବ ଗତ ଆଇପିଏଲରେ ଖରାପ ପ୍ରଦର୍ଶନ କରିଥିଲେ ବି ତାଙ୍କ ଭୂମିକା ନିହାତି ଭାବେ ଏହି ମ୍ୟାଚରେ ରହିବ । ଏଭଳି ମ୍ୟାଚରେ ତାଙ୍କ ଟ୍ୟାଲେଣ୍ଟ ବଡ ବଡ ଟିମକୁ ଚିନ୍ତାରେ ପକାଇପାରେ । ଏହି ମ୍ୟାଚରେ ସେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି । ତେଣୁ ଦଳରେ ତାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଋଷବ ପନ୍ତ ଭାରତ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଗତ କିଛି ସିଜିନରେ ସେ ଚମତ୍କାର ଫର୍ମରେ ରହିଛନ୍ତି । ତେଣୁ ଭାରତ ପାଇଁ ସେ ଏହି ମ୍ୟାଚରେ ବଡ ଭୂମିକା ନେଇ ପାରନ୍ତି । ୨୮ ବର୍ଷିୟ ଏହି ଅଲରାଉଣ୍ଡର ଶ୍ରୀଲଙ୍କା ସିରିଜ ପରଠୁ ଆଉ ବୋଲିଂ କରିନାହାନ୍ତି । ଏହାପରେ ବି ତାଙ୍କୁ ଦଳରେ ସ୍ଥାନ ମିଳିପାରେ । କାରଣ ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକଙ୍କ ଭଲ ରେକର୍ଡ ରହିଛି । କୋହଲି ବି ହାର୍ଦ୍ଦିକ ଦଳରେ ସାମିଲ ହେବା ନେଇ ପୂର୍ବରୁ କହିଥିଲେ । ବର୍ତ୍ତମାନ ରବିନ୍ଦ୍ର ଜାଡେଜା ଭାରତର ଏକ ନମ୍ବର ଅଲରାଉଣ୍ଡର ରହିଛନ୍ତି । ସେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଧୁରନ୍ଧର ଅଛନ୍ତି । ଗତ ଆଇପିଏଲରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ବ୍ୟାଟ୍ସମ୍ୟାନ ଅଲରାଉଣ୍ଡରେ ହିସାବରେ ସେ ଦୁର୍ଦ୍ଦଶ ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି । ଭାରତର ଏହି ଅଫ ସ୍ପିନର ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । ଏଥିରୁ ଏହା ସମ୍ଭାବନା କରାଯାଉଛି ଯେ ତାଙ୍କୁ ପ୍ଲେଇଙ୍ଗ ୧୧ରେ ସ୍ଥାନ ମିଳିପାରେ । ଟି-୨୦ ବିଶ୍ୱକପରେ ଏହି ଖେଳାଳି ଷ୍ଟାଣ୍ଡ ବାଇରେ ରହିଥିଲେ । ହେଲେ ବ୍ୟାଟ୍ସମ୍ୟାନ ଓ ବୋଲର ଭାବେ ଚମତ୍କାର ପ୍ରଦର୍ଶନ କରିବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ତେଣୁ ପାକିସ୍ତାନ ବିପକ୍ଷରେ ଭୁବନେଶ୍ୱରଙ୍କ ସ୍ଥାନରେ ସାର୍ଦ୍ଦୁଲଙ୍କୁ ସ୍ଥାନ ମିଳିପାରେ । ଯଶପ୍ରୀତ ବୁମରାହ ବିଶ୍ୱକପର ଜଣେ ଭଲ ବୋଲର । ତେଣୁ ତାଙ୍କ ସ୍ଥାନ ଏକ ପ୍ରକାର ପକ୍କା ହୋଇସାରିଛି । ସେ ଭାରତୀୟ ବୋଲିଂ ବିଭାଗର ମେରୁଦଣ୍ଡ ଭାବେ ପରିଚିତ । ପାକିସ୍ତାନ ବିପକ୍ଷରେ ବୁମରାହ ଭୟାନକ ସାବ୍ୟସ୍ତ ହୋଇପାରନ୍ତି । ତେଣୁ ତାଙ୍କ ସ୍ଥାନ ଦଳରେ ପକ୍କା ହୋଇ ରହିଛି । ମହମ୍ମଦ ସାମି ଦଳର ଅନ୍ୟ ପ୍ରମୁଖ ବୋଲର । ଡେଥ ଓଭରରେ ବୋଲିଂର ଚମତ୍କାର ଅଭିଜ୍ଞତା ରଖିଛନ୍ତି ଏହି ଖେଳାଳି । ଅଭ୍ୟାସ ମ୍ୟାଚରେ ବି ଭଲ ପ୍ରଦର୍ଶନ କରିଥିଲେ ସାମି । ତେଣୁ ତାଙ୍କୁ ଏହି ମ୍ୟାଚରେ ଦଳରେ ସାମିଲ କରାଯାଇପାରେ ।
