ଟି-୨୦ ବିଶ୍ୱକପ : ଇଂଲଣ୍ଡର ଘାତକ ବୋଲିଂ, ୫୫ ରନରେ ଅଲଆଉଟ୍ ଓ୍ବେଷ୍ଟଇଣ୍ଡିଜ
ଦୁବାଇ : ଦୁବାଇ ଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଦ୍ବିତୀୟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳ ଲଜ୍ଜାଜନକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମେ ବ୍ୟାଟିଂକରି ଦୟନୀୟ ସ୍କୋର କରିଛି ଓ୍ବେଷ୍ଟଇଣ୍ଡିଜ । ଦଳ ୧୪.୨ ଓଭରରେ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି ।ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡର ଘାତକ ବୋଲିଂ ସାମ୍ନାରେ ତିଷ୍ଠିପାରିନଥିଲା ଇଣ୍ଡିଜର କୌଣସି ବ୍ୟାଟ୍ସମ୍ୟାନ । ଓ୍ବେଷ୍ଟଇଣ୍ଡିଜର ୧୦ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ସ୍କୋର ବି ଛୁଇଁପାରିନାହାନ୍ତି । ଯାହା ଫଳରେ ଇଂଲଣ୍ଡକୁ ମାତ୍ର ୫୬ରନର ବିଜୟ ଲକ୍ଷ ମିଳିଛି ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡଜ୍ ଆରମ୍ଭରୁ ହିଁ ନିୟମିତଭାବେ ଓ୍ବିକେଟ ହରାଇ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା । ଦଳର ଜଣେ ମାତ୍ର ବ୍ୟାଟ୍ସମ୍ୟାନ (କ୍ରିସ ଗେଲ ୧୩) ଦୁଇ ଅଂକ ଛୁଇଁପାରିଥିଲେ । ଦଳ ୧୪.୧ ଓଭରରେ ୫୫ ରନ କରିପାରିଥିଲା । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ୪ଟି ଓ୍ବିକେଟ ନେଇଥିବାବେଳେ ମୋଇନ ଅଲ୍ଲି ଓ ଟାଇମାଲ ମିଲ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
