ଟି-୨୦ ବିଶ୍ୱକପ : ଭାରତକୁ ଲାଗିଲା ପ୍ରଥମ ଝଟକା, ୧୫ ରନ କରି ରୋହିତ ଆଉଟ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଭାରତ ଜିମ୍ବାୱେ ବିପକ୍ଷରେ ରହିଛି । ଭାରତ ପାଇଁ ଏହି ଔପଚାରିକ ମ୍ୟାଚ୍ ଆଛଡା ଆଉ କିଛି ନୁହେଁ, କାରଣ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିସାରିଛି । ଜିମ୍ବାୱେ ଦଳ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ପରାସ୍ତ କରି ନିଶ୍ଚିତ ଭାବେ ଓଲଟଫେର କରିଥିଲା, କିନ୍ତୁ ବର୍ତ୍ତମାନ ଜିମ୍ବାୱେ ସେମିଫାଇନାଲ ରେସରୁ ବାଦ ପଡିଛି । ଅଧିନାୟକ ରୋହିତ ଶର୍ମା ୧୫ ରନ କରି ଆଉଟ ହୋଇଛନ୍ତି ।
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: ୭୯/୧ (ଦଶମ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: ୨୨ (୧୮ ବଲ୍)
କେଏଲ ରାହୁଲ: ୪୧ (୨୯ ବଲ୍)
