ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଦଶପଲ୍ଲା : ଗଣିଆ ଥାନା ବେଲପଡା ପାଟଣା ପଞ୍ଚାୟତସ୍ଥିତ ବେଲପଡା ଗ୍ରାମରେ ବିବାହିତ ମହିଳାଙ୍କ ମ୍ରୁତ୍ୟୁ ଘଟଣା ଅଂଚଳରେ ଆଲୋଡନ ସ୍ରୁଷ୍ଟି କରିଛି। ସୂଚନା ମୁତାବକ ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ ହରିଡାବାଡି ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଝିଅ ସୋନାଲି ସାହୁ, ଗଣିଆ ଥାନା ଅନ୍ତର୍ଗତ ବେଲପଡାଗ୍ରାମର ରାଜନ କୁମାର ସାହୁଙ୍କୁ ସାତ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିବାବେଳେ ,ତାଙ୍କର ପାଞ୍ଚ ବର୍ଷ ଓ ଆଠ ମାସର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ବିଭିନ୍ନ ସମସ୍ୟା କୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ।ଗୁରୁବାର ଭୋର ସମୟରେ ସୋନାଲିକୁ ସ୍ବାମୀ ଓ ପରିବାରର ଅନ୍ୟ ସଦସ୍ଯ ମାରି ଦଉଡ଼ିରେ ଟାଙ୍ଗି ଦେଇଥିବା ଅଭିଯୋଗ କରିିଛନ୍ତି ଝିଅଘର ପରିବାର। ସୋନାଲିକୁ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସୋନାଲିଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ବାମୀ ରାଜନ କୁମାର ସାହୁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଶବକୁ ଜବତ କରିଛି। ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋନାଲୀଙ୍କ ଶବ ବ୍ୟବଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି। ମ୍ରୁୁତା ସୋନାଲୀଙ୍କ ବାପଘର ଅଭିଯୋଗ ଆଧାରରେ ପୋଲିସ୍ ତଦନ୍ତକୁ ତ୍ବରାନ୍ବିତ କରିଛି।
