ମାଲେଗାଓଁର ସନ୍ଦିଗ୍ଧ ପିଏଫଆଇ କାର୍ଯ୍ୟକର୍ତା ଦ୍ୱିତୀୟ ଥର ପାଇଁ ଗିରଫ
ମୁମ୍ବାଇ : ପ୍ରତିବନ୍ଧିତ ସଂଗଠନ ପପୁଲାର ଫ୍ରଂଟ ଅଫ୍ ଇଣ୍ଡିଆ (ପିଏଫଆଇ) ର ଜଣେ ସନ୍ଦିଗ୍ଧ କର୍ମଚାରୀ ଦ୍ୱିତୀୟ ଥର ପାଇଁ ନାସିକ୍ ଜିଲ୍ଲାର ମାଲେଗାଓଁରେ ଆଂଟି ଆତଙ୍କବାଦୀ ସ୍କ୍ୱାର୍ଡ଼ (ଏଟିଏସ) ଦଳ ଦ୍ୱାରା ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମୌଲାନା ଇରଫାନ ଦୌଲତ ନଦଭିକୁ ୧୪ ଦିନ ପଇଁ ଏଟିଏସ ହେପାଜତକୁ ପଠାଇଛନ୍ତି ମାଲେଗାଓଁ ସେସନ୍ସ କୋର୍ଟ । ଏଟିଏସ୍ ଟିମ୍ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି ।
ସୂଚନା ଅନୁସାରେ ସନ୍ଦିଗ୍ଧ ମୌଲାନା ନାଦଭି ଇମାମ ପରଷଦର ଅଧ୍ୟକ୍ଷ ଅଟନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୨୭ରେ ଏଟିଏସ୍ ମାଲେଗାଓଁରେ ୭ ଜଣ ସନ୍ଦିଗ୍ଧ ପିଏଫଆଇ କାର୍ଯ୍ୟକର୍ତାଙ୍କୁଗରିଫ କରିଥିଲା । ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣ ଜେଲରେ ଥିବା ବେଳେ ମୌଲାନା ଇରଫାନ ଦୌଲତ ନାଦଭିକୁ ଜାମିନ ମିଳିଯାଇଥିଲା ।
