ତୃଣମୂଳ କଂଗ୍ରେସ ମୁଖପାତ୍ର ସାକେତ ଗୋଖଲେଙ୍କ ଜାମିନ ଆବେଦନ ଉପରେ ଦୁଇ ସପ୍ତାହ ପରେ ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ମୁଖପାତ୍ର ସାକେତ ଗୋଖଲେଙ୍କ ଜାମିନ ଆବେଦନ ଉପରେ ଦୁଇ ସପ୍ତାହ ପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଆଗାମୀ ଶୁଣାଣି ଦୁଇ ସପ୍ତାହ ପରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ସେ ଆଜି ଜବାବ ଦାଖଲ କରିଛନ୍ତି । ଯେତେବେଳେ କୋର୍ଟ ପ୍ରଶ୍ନ କରିଥିଲେ ଯେ, କେତୋଟି ଅଭିଯୋଗ ଦାଖଲ କରାଯାଇଛି । ସେତେବେଳେ ଏହାର ଉତରରେ ମେହେଟ୍ଟା କହିଥିଲେ ଯେ, ଜଣେ ବ୍ୟକ୍ତି ଅଭିଯୋଗ ଦାଖଲ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ୧୩ ମାର୍ଚ୍ଚରେ ଗୁଜୁରାଟ ପୋଲିସକୁ ଏନେଇ ନୋଟିସ୍ ଜାରୀ କରିଥିଲେ କୋର୍ଟ ।
