ପାକିସ୍ତାନ ଜେଲରେ ୧୪ ବର୍ଷ ରହିଥିବା ଭାରତୀୟ ଗୁପ୍ତଚରକୁ ୧୦ ଲକ୍ଷ ଦେବାକୁ ସୁପ୍ରିମ କୋର୍ଟର ନିର୍ଦ୍ଦେଶ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଯେ ତାଙ୍କୁ ୧୦ ଲକ୍ଷ ଟଙ୍କା ଅନୁଗ୍ରହ ରାଶି ପ୍ରଦାନ କରାଯାଉ ଯିଏକି ଦାବି କରୁଛି ଯେ ତାଙ୍କୁ ଗୋଟିଏ ଗୁପ୍ତ ମିଶନ ପାଇଁ ପାକିସ୍ତାନ ପଠା ଯାଇଥିଲା । ତାଙ୍କୁ ସେଠାରୁ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ୧୪ ବର୍ଷ ପାଇଁ ଜେଲ ପଠାଇ ଦିଆଯାଇଥିଲା । ଚିଫ୍ ଜଷ୍ଟିସ ୟୁ ୟୁ ଲଲିତଙ୍କ ଅଧ୍ୟକ୍ଷତା ବେଂଚ ଏହି ଆଦେଶ ଜାରି କରିଥିଲେ ।
ରାଜସ୍ଥାନ ନିବାସି ମହମୁଦ ଅଂସାରି ଦେଇଥିବା ଆବେଦନ ପତ୍ରରେ କହିଥିଲେ ତାଙ୍କୁ ୧୯୬୬ରେ ଡାକ ବିଭାଗରେ ନିଯୁକ୍ତ କରାଯାଇଥିଲା । ଭାରତ ସରକାରଙ୍କ ସ୍ପେଷାଲ ବ୍ୱିରୋ ଅଫ୍ ଇଂଟେଲିଜେନ୍ସ ତାଙ୍କୁ ୧୯୭୨ରେ ରଷ୍ଟ୍ର ପ୍ରତି ନିଜର ସେବା ଦେବାର ପ୍ରସ୍ତାବ ଦେଇଛନ୍ତି ଜାହା ପରେ ତାଙ୍କର ଗୁପ୍ତ ଅପରେଶନ ପାଇଁ ପାକିସ୍ଥାନରେ ନିଯୁକ୍ତ କରାଯାଇଥିଲା ।
