ସନରାଇଜ୍ ହସ୍ପିଟାଲ ସିଲ୍, କିଡ଼ନୀ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ
କେନ୍ଦୁଝର : କେନ୍ଦୁଝର ସହର ମଧ୍ୟରେ ଅନୁମତି ନଥାଇ ହସ୍ପିଟାଲ ଖୋଲିବା ପଡିଲା ମହଙ୍ଗା । ସନରାଇଜ୍ ହସ୍ପିଟାଲ ସିଲ୍ କଲା ପ୍ରଶାସନ । କିଡ଼ନୀ ରୋଗୀଙ୍କୁ ଶୋଷଣ କରୁଥିବା ନେଇ ହୋଇଥିଲା ଅଭିଯୋଗ । ସୂଚନାନୁଯାୟୀ, ଯୋଡ଼ା ଅଞ୍ଚଳର ଜଣେ ରୋଗୀକୁ ଶୋଷଣ କରିବା ଏବଂ ସ୍ୱାସ୍ଥ୍ୟ କାର୍ଡ ଜବତ କରିବା ନେଇ ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସନରାଇଜ୍ ମେଡିକାଲ ସିଲ କରାଯାଇଛି । ହସ୍ପିଟାଲ କର୍ମଚାରୀ ଓ ରୋଗୀଙ୍କୁ ବାହାର କରିବା ପରେ ସିଲ୍ କରାଯାଇଛି । ଉକ୍ତ ହସ୍ପିଟାଲ କିଡ଼ନୀ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା ।
