ସୁନିଲ ବଂଶଲଙ୍କ କେନ୍ଦ୍ରାପଡା ଗସ୍ତ
କେନ୍ଦ୍ରାପଡ଼ା : ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନେତୃତ୍ୱଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ରାଷ୍ଟ୍ରୀୟ ମହାମନ୍ତ୍ରୀ ତଥା ଓଡିଶା ସଂଗଠନ ପ୍ରଭାରୀ ସୁନିଲ କୁମାର ବଂଶଲ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରେ କିଭଳି ସୁଦୃଢ କରି ନିର୍ବାଚନ ବୈତରଣୀ ପାର କରାଯିବ ସେଥିପାଇଁ ନେତାମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । ଲୋକସଭା ସଂଯୋଜକ ସୁନାକର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନିଲ ବଂଶଲଙ୍କ ସମେତ ରାଜ୍ୟ ସାଧାରଣ ସଂପାଦିକା ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ପ୍ରବକ୍ତା ବିରଂଚି ନାରାୟଣ ତ୍ରିପାଠୀ, କୋଲସଭା ପ୍ରଭାରୀ ବିନୋଦ ଦାସ, ଜିଲ୍ଲା ପ୍ରଭାରୀ ଡ଼ଃ ଜତିନ ମହାନ୍ତି, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ଭୁବନ ମୋହନ ଜେନା, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଡ଼ଃ ଅଲେଖ କୁମାର ଜେନା, ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ନେତା ଉପସ୍ଥିତ ଥିଲେ ।
