ସୁନେଲି ବାର୍ତ୍ତା ର ସାହିତ୍ୟ ଆସର
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜଗାଇ ନିକଟ ମାଣିକସିମୁଳିଆ ରବୀନ୍ଦ୍ର ଦତ୍ତଙ୍କ ବାସଭବନରେ ରବିବାର ସୁନେଲି ବାର୍ତ୍ତାର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାକ୍ତନ ଡ଼ିଆଇ ତଥା ସାରସ୍ୱତ ସାଧକ ସୁବାସ ଚୌଧୁରୀ ପୌରହିତ୍ୟ କରିଥିଲେ।ମୁଖ୍ୟ ଅତିଥି ଭାବରେ ଜାମଶୂଳୀ କଲେଜ ବରିଷ୍ଠ ଅଧ୍ୟାପକ ଡକ୍ଟର ସୁକାନ୍ତ ଗିରି , ଜଗାଇ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଦୟାନିଧି ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସୁନେଲି ବାର୍ତ୍ତାର ସାରସ୍ୱତ ମୂଲ୍ୟାଙ୍କନ କରିଥିଲେ।ସମ୍ମାନିତ ଅତିଥି ଭାବରେ କବି ବିଜୟ କୁମାର ପାତ୍ର , ସୁରେନ୍ଦ୍ର ନାଥ ପରିଡା,କାର୍ତ୍ତିକ ସେଠୀ, ଲକ୍ଷ୍ମୀ ଧର ପରିଡ଼ା, କବୟିତ୍ରୀ ବିଷ୍ଣୁ ପ୍ରିୟା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ପ୍ରତିଷ୍ଠାତା ରବୀନ୍ଦ୍ର ଦତ୍ତ ପ୍ରାକ ସୂଚନା ବିବରଣୀ ପ୍ରଦାନ କରିଥିଲେ।କବି ନଳିନୀ କାନ୍ତ ପାଢ଼ୀ ମଞ୍ଚ ଆହ୍ୱାନ ଓ କବିତା ସଂଯୋଜନା କରିଥିଲେ।ଏହି ଅବସରରେ ଅନୁଷ୍ଠିତ ସଙ୍ଗୀତ ଆସର ରେ ଶଙ୍କର୍ଷଣ ପରିଡ଼ା ଙ୍କ ପରିଚାଳନା ରେ କୃଷ୍ଣା ଦାସ ,ସାଇ ପ୍ରଭା ଆଦକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଚକ୍ରଧର ଜେନା, ଶ୍ୟାମ ସୁନ୍ଦର ଜେନା, ମୁରଲୀଧର ଦାସ, ହରି ଶଙ୍କର ଦତ୍ତ, ଅନସୂୟା ଦତ୍ତ, ଓଁମ ପ୍ରକାଶ ଦାସ,ଅମୃତ କୃଷ୍ଣା ଦତ୍ତ ପ୍ରମୁଖ ଏଥିରେ ସହଯୋଗ କରିଥିଲ।
