ସୁନ୍ଦରଗଡ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ
ସୁନ୍ଦରଗଡ : ସୁନ୍ଦରଗଡ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ସାଥୀରେ ଅଛନ୍ତି ଅନ୍ୟ ବରିଷ୍ଠ ଅଧିକାରୀ । କୋଭିଡ୍ ୩ୟ ଲହର ମୁକାବିଲା ନେଇ କରିବେ ସମୀକ୍ଷା । ଶିକ୍ଷା ବ୍ୟବସ୍ଥା ଓ ହକିର ଭିତ୍ତିଭୂମିର କରିବେ ଅନୁଧ୍ୟାନ । ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର କରାଯିବ ସମୀକ୍ଷା।
ଶନିବାର ସକାଳ ୯ଟା ୪୫ ମିନିଟ ସମୟରେ ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ, ଏନ୍ ଆର୍ ଏଚ୍ ଏମ୍ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ସଚିବ ଅଧିକାରୀମାନେ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ଫ ଓ ଏନଟିପିସି ମେଡିକାଲ ପରିଦର୍ଶନ ସହ ସମୀକ୍ଷା କରିଛନ୍ତି। ସକାଳ ୮ଟା ୩୦ରେ ଝାରସୁଗୁଡ଼ାର ଵୀର ସୁରେନ୍ଦ୍ର ସାଏ ଵିମାନ ବନ୍ଦରରେ ଓହ୍ଲାଇବା ପରେ ପ୍ରଥମେ କୁଣ୍ଡୁକେଲା ଗ୍ରିଡ ସବଷ୍ଟେସନ, ଭେଡାବାହାଲ କୋଲ କରିଡର, ଭବାନୀପୁର ଅଙ୍ଗନବାଡି କେନ୍ଦ୍ର, କିଞ୍ଜିର୍ମା ସରକାରୀ ଉଚ୍ଚ ଵିଦ୍ୟାଳୟ ଓ ଏନଟିପିସି ମେଡିକାଲ କଲେଜ, ହସ୍ପିଟାଲ ପରିଦର୍ଶନ କରିଛନ୍ତି। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭିନିଲକ୍ରିଷ୍ଣା ମଧ୍ୟ ଆସିଥିବା ଜଣାଯାଇଛି ।


