ମେ ୨୩ରୁ ଜୁନ୍ ୧୮ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ
କଟକ : ଆସନ୍ତା ମେ ୨୩ ତାରିଖରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ମେ ୨୩ରୁ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ୍ ୧୯ ତାରିଖ ରବିବାର ପଡୁଥିବା ବେଳେ ଜୁନ୍ ୨୦ ତାରିଖରେ କୋର୍ଟ ଖୋଲିବ। ଅବକାଶ ସମୟରେ ମେ ୨୪, ୨୭, ୩୧, ଜୁନ୍ ୨, ୭, ୧୦, ୧୩ ଓ ୧୭ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ମେ ୧୯ରେ ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ମେ ୨୪ ଓ ୨୭ ତାରିଖରେ ଜଷ୍ଟିସ୍ ବି.ପି. ରାଉତରାୟ ଓ ଜଷ୍ଟିସ୍ ଏମ୍.ଏସ୍. ସାହୁ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବି.ପି. ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲାର ଶୁଣାଣି କରିବେ।
ସେହିଭଳି ଭାବେ ମେ ୩୧ ଓ ଜୁନ୍ ୨ ତାରିଖରେ ଜଷ୍ଟିସ୍ ଏସ୍.କେ. ସାହୁ ଓ ଜଷ୍ଟିସ୍ ବି.ପି. ଶତପଥୀ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍ ଏମ୍.ଏସ୍. ସାହୁ, ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଜଣିକିଆ ଖଣ୍ଡପୀଠରେ, ଜୁନ୍ ୭ ଓ ୧୦ ତାରିଖରେ ଜଷ୍ଟିସ୍ ଏସ୍.କେ. ସାହୁ ଓ ଏମ୍.ଏସ୍. ରମଣ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍ କେ.ଆର୍. ମହାପାତ୍ର, ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଜଣିକିଆ ଖଣ୍ଡପୀଠରେ, ଜୁନ ୧୩ ଓ ୧୭ ତାରିଖରେ ଜଷ୍ଟିସ୍ କେ.ଆର. ମହାପାତ୍ର ଓ ଜଷ୍ଟିସ୍ ଏମ୍.ଏସ୍. ରମଣ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଓ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସମସ୍ତ ଜରୁରି ସିଭିଲ୍, କ୍ରିମିନାଲ୍ ଓ କମ୍ପାନି ଆଇନ ମାମଲା ଯେଉଁଗୁଡିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ ଦାୟର କରାଯିବବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
