ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ ! ରାଜ୍ୟରେ ୪୦ ଡିଗ୍ରୀ ଡେଇଁଲା ୪ ସହର
ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଖରା ସାଙ୍ଗକୁ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏପରିକି ଘରୁ ବାହରକୁ ବାହାରୁ ନାହାନ୍ତି ଲୋକେ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋମବାର ଭଳି ମଙ୍ଗଳବାର ମଧ୍ୟ ବଲାଙ୍ଗୀର ୪୧.୭ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ରହିଛି।
ତେବେ ଟିଟିଲାଗଡରେ ସୋମବାର ୪୧ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ମଙ୍ଗଳବାର ପାରଦ ସାମାନ୍ୟ ନିମ୍ନଗାମୀ ହୋଇଛି। ଏଠାରେ ତାପମାତ୍ରା ୪୦.୮ ଡିଗ୍ରୀ ରହିଛି। ସେହିପରି ବୌଦ୍ଧରେ ୪୦.୫ ଡିଗ୍ରୀ, ଭବାନୀପାଟଣା ୪୦ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ସମ୍ବଲପୁରରେ ୩୮.୭ ଡିଗ୍ରୀ, ଅନୁଗୁଳ ୩୮.୭ ଡିଗ୍ରୀ , ତାଳଚେରରେ ୩୮ ଡିଗ୍ରୀ , ବାରିପଦା ୩୮.୪ ଡିଗ୍ରୀ , ଭୁବନେଶ୍ବର ୩୫.୨ ଡିଗ୍ରୀ ଓ କଟକରେ ତାପମାତ୍ରା ୩୪.୫ ଡିଗ୍ରୀ ରହିଛି।
