ରକ୍ତଚାପ ବଟିକା ଖାଇ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ନବରଙ୍ଗପୁର : ସଦର ବ୍ଲକ ସରଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ସୂଚନା ଯେ, ଛାତ୍ରୀ ଜଣକ ଘରେ କେହି ନଥିବା ସମୟରେ ଜେଜେ ଖାଉଥିବା ରକ୍ତଚାପ ବଟିକାରୁ ଏକାଥରେ ୧୦ଟି ଖାଇ ଦେଇ ସ୍କୁଲକୁ ଚାଲି ଯାଇଥିଲେ । ପରେ ସ୍କୁଲରେ ମୁଣ୍ଡ ବୁଲେଇ ପଡ଼ିଯିବାରୁ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଘରେ ଜଣାଇବା ସହ ତାଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପାପଡ଼ାହାଣ୍ଡି ଡାକ୍ତର ଆବଶ୍ୟକୀୟ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି । ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରୀ ଜଣକ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ହେଲେ କେଉଁ କାରଣରୁ ଛାତ୍ରୀ ଜଣକ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ ବୋଲି ଛାତ୍ରୀଙ୍କ କାକା ଘନଶ୍ୟାମ ଗଣ୍ଡା ପ୍ରକାଶ କରିଛନ୍ତି ।
