ବାଲୁକା କଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁଦର୍ଶନ
ପୁରୀ : ଆଜି ଦେଶବ୍ୟାପୀ ପାଳିତ ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଏହି ବାଲୁକା କଳାକୁ ପର୍ଯ୍ୟଟକ, ସହରବାସୀ ଓ ତୀର୍ଥଯାତ୍ରୀ ମାନେ ବେଶ୍ ଉପଭୋଗ କରୁଛନ୍ତି ।
