ଏଭଳି ଏକ ଗାଁ ! ଯେଉଁଠି ଜନ୍ମ ଉପରେ ପ୍ରତିବନ୍ଧକ, କବର ଓ ପକ୍ଷୀ-ପଶୁ ପାଳନ ମନା
କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ଅନ୍ଧବିଶ୍ୱାସ ପ୍ରାଧାନ୍ୟ ବିସ୍ତାର କରିଛି । ଆଜି ମଧ୍ୟ ଲୋକମାନେ ପ୍ରାଚୀନ କାଳର ପ୍ରଥା ଓ ପରମ୍ପରାକୁ ଅନୁସରଣ କରୁଛନ୍ତି । ଆମେ ଆଜି ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବୁ, ଯେଉଁ ଗାଁରେ ମହିଳାମାନଙ୍କୁ ସନ୍ତାନ ଜନ୍ମ କରିବାକୁ ବାରଣ କରାଯାଇଛି । କେବଳ ଏତିକି ନୁହେଁ ଏହି ଗାଁର ଲୋକମାନେ ଅନ୍ଧବିଶ୍ୱାସର ଏତେ ମାତ୍ରାରେ ବଶବର୍ତ୍ତୀ ହୋଇଛନ୍ତି ଯେ, ଗାଁରେ କବର ମଧ୍ୟ ନାହିଁ । ଗାଁରେ କୌଣସି ପକ୍ଷୀଙ୍କୁ ଦେଖିବାକୁ ମଧ୍ୟ ମିଳେନାହିଁ । ଆଜି ପର୍ଯ୍ୟନ୍ତ ଗାଁରେ କୌଣସି ଶିଶୁ ଜନ୍ମ ହୋଇ ନାହାଁନ୍ତି ।
ଆମେ କହୁଛୁ ଆଫ୍ରିକୀୟ ଘାନାର ମାଫି ଡୋଭ ଗାଁର କଥା । ଗାଁରେ ଏଭଳି ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି । ଏହି ଗାଁରେ କୌଣସି ମହିଳା ପ୍ରସବ କରିପାରିବେ ନାହିଁ । ଗାଁ ଲୋକଙ୍କ ବିଶ୍ୱାସ ଅନୁଯାୟୀ, ଯଦି ଗାଁରେ ଗୋଟିଏ ଶିଶୁ ଜନ୍ମ ହୁଏ, ତେବେ ଦେବତାମାନେ କ୍ରୋଧିତ ହୋଇ ଗାଁକୁ ଅଭିଶାପ ଦେବେ । ଯେତେବେଳେ ବି ଏହି ଗାଁରେ କୌଣସି ମହିଳା ଗର୍ଭବତୀ ହୁଅନ୍ତି, ତାଙ୍କୁ ପ୍ରସବ ପୂର୍ବରୁ ଅନ୍ୟ ଗାଁକୁ ପଠାଯାଏ । ସ୍ଥାନୀୟ ଲୋକମାନେ କୁହନ୍ତି ଯେ ବେଳେବେଳେ ଏହା ଘଟେ । ଯେତେବେଳେ ଜଣେ ମହିଳାଙ୍କୁ ଅନ୍ୟ ଗାଁକୁ ପଠାଯାଏ, ବାଟରେ ଶିଶୁ ଜନ୍ମ ହୁଏ । ଏହି ପ୍ରଥାକୁ ଗାଁର ଲୋକମାନେ ଭଗବାନଙ୍କ ଆର୍ଶୀବାଦ ମନେ କରି ପାଳନ କରିଥାନ୍ତି ।
ଏହି ଗାଁର ଲୋକମାନେ ୩ଟି ନିୟମକୁ କଡାକଡି ଭାବେ ପାଳନ କରନ୍ତି । ଏହି ଗାଁରେ କେହି ବି ପକ୍ଷୀ କିମ୍ବା ପଶୁପାଳନ କରିପାରିବେ ନାହିଁ । ଯଦିଓ ଏହି ଗାଁର ଲୋକମାନେ ମାଂସ ପାଇଁ ଅନ୍ୟ ଗ୍ରାମରୁ ପଶୁ ଆଣିପାରିବେ । ଏଥିପାଇଁ ଏକ ନିୟମ ମଧ୍ୟ ରହିଛି । ଯେଉଁଦିନ ପଶୁ ଅଣାଯିବ, ସେହିଦିନ ଏହାକୁ ବଳି ଦିଆଯିବ ।
କୁହାଯାଏ ଯେ, ଏହି ଗାଁର ପ୍ରତିଷ୍ଠାତା ଟୋଗବେ ଅକତି ଜଣେ ଶିକାରୀ ଥିଲେ। ଯେତେବେଳେ ସେ ପ୍ରଥମ ଥର ପାଇଁ ଏହି ସ୍ଥାନକୁ ଆସିଥିଲେ । ଆକାଶରୁ ଏକ ଶବ୍ଦ ଶୁଣାଯାଇଥିଲା । ଏହି ସ୍ଥାନ ଏକ ପବିତ୍ର ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଅଟେ । ଯଦି ଆପଣ ଏଠାରେ ରହିବାକୁ ଚାହାଁନ୍ତି, ତେବେ ୩ଟି ନିୟମ ପାଳନ କରିବାକୁ ପଡିବ । ସେହି ନିୟମ ହେଉଛି ପଶୁପାଳନ ଏଠାରେ କରାଯିବା ଉଚିତ୍ ନୁହେଁ । କାହାର କବର ଏଠାରେ ରହିବା ଉଚିତ୍ ନୁହେଁ । ଏବଂ କୌଣସିି ସନ୍ତାନ ଜନ୍ମ ହେବା ଉଚିତ୍ ନୁହେଁ । ସେବେଠାରୁ ଗ୍ରାମବାସୀ ଏହି ନିୟମକୁ ପାଳନ କରୁଛନ୍ତି ।
