ବ୍ରହ୍ମୋସ ମିସାଇଲର ଉନ୍ନତ ସଂସ୍କରଣର ପରୀକ୍ଷଣ, ସଫଳତାର ସହ ଲକ୍ଷ୍ୟ ଭେଦ
ନୂଆଦିଲ୍ଲୀ : ବ୍ରହ୍ମୋସ ମିସାଇଲର ଉନ୍ନତ ସଂସ୍କରଣର ସଫଳ ପରୀକ୍ଷଣ ହୋଇଛି । ସଫଳତାର ସହ ଲକ୍ଷ୍ୟ ଭେଦ କରିଛି ମିସାଇଲ । ଭାରତୀୟ ନୌସେନାର ବୟାନ ଅନୁସାରେ, ଏହା ବ୍ରହ୍ମୋସ ମିସାଇଲ ଉନ୍ନତ ସଂସ୍କରଣ । ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ୍ ମିଶାଇଲ । ଏହାକୁ ଭାରତ ଏବଂ ରୁଷ ମିଳିତ ଉଦ୍ୟମରେ ବିକଶିତ କରିଛନ୍ତି ।
ନୌସେନା ପକ୍ଷରୁ କୁହାଯାଇଛି, ଭାରତୀୟ ନୌସେନା ଆଜି ଆଇଏନଏସ ଚେନ୍ନାଇରୁ ନିର୍ଦ୍ଧାରିତ ଦୂରତା ସହ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ପରୀକ୍ଷଣ ସଫଳତା ସହ କରିଛି । ଏକ ଜଟିଳ ଯୁଦ୍ଧାଭ୍ୟାସ ପରେ ଏହା ନିଜର ଲକ୍ଷ୍ୟ ଭେଦ କରିଥିଲା । ସେହିପରି ବ୍ରହ୍ମୋସ ମିସାଇଲ ଏବଂ ଆଇଏନଏସ ଚେନ୍ନାଇ ଦୁହେଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଏହା ଭାରତର ମିସାଇଲ ଏହଂ ଜାହାଜ ନିର୍ମାଣ କୌଶଳର ଆଧୁନିକତାକୁ ଦର୍ଶାଉଛି । ଆତ୍ମନିର୍ଭର ଭାରତ ଏବଂ ମେକ୍ ଇଣ୍ଡିଆ ଲକ୍ଷ୍ୟ ହାସଲରେ ଭାରତୀୟ ନୌସେନାର ଯୋଗଦାନକୁ ମଜବୁତ କରିବ । ଏହି ଉପଲବ୍ଧି ଭାରତୀୟ ନୌସେନାର କ୍ଷମତାକୁ ଅଧିକ ମଜବୁତ କରିବ ।
