ଛାତ୍ରୀ ଆତ୍ମରକ୍ଷା ଶିବିର ଉଦ୍ଯାପିତ
ରେମୁଣା : ରେମୁଣା ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ହାୟାର ସେକେଣ୍ଡାରୀ ସ୍କୁଲ, ବରୁଣସିଂରେ ଛାତ୍ରୀ ଆତ୍ମରକ୍ଷା ଶିବିର ମଙ୍ଗଳବାର ଉଦ୍ଯାପିତ ହୋଇଛି । ଏହି ପରିପ୍ରେକ୍ଷୀରେ ଏକ ସଭା କଳେଜର ଅଧ୍ୟକ୍ଷ ପଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାିଛି । ମୁଖ୍ୟଅତିଥି ଭାେ ବରୁଣସି ଗ୍ରାମପଞ୍ଚାୟତର ସରପଞ୍ଚ ଝିଲ୍ଲିଶ୍ରୀ ମହାଳିକ ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ତଥା ସମାଜସେବୀ ମାର୍କଣ୍ଡ ସେଠୀ ଯୋଗଦେଇ ଏଭଳି ପ୍ରଶିକ୍ଷଣର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଷଲ । ଏଥିରେ ପ୍ରୋଗ୍ରାମ କୋର୍ଡ଼ିନେଟର ପ୍ରିୟଙ୍କା ମହାନ୍ତି ତଥା ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଛାତ୍ରିମାନଙ୍କୁ ରିଆକ୍ଟ ବୁକ୍ ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।
