ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା
ଜଟଣୀ : ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ଜଣଙ୍କ ହେଲେ ଛତିଶଗଡ଼ର ପୂଜା ଜେଠଓ୍ୱାନୀ । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ପୂଜା ଛତିଶଗଡ଼ରୁ ଆସି ଜଟଣୀ ସ୍ଥିତ ନାଇଜରରେ ରହି ପାଠ ପଢୁଥିଲେ । ସେ ଫିଜିକ୍ସରେ ପିଏଚ୍ଡିର ୫ମ ବର୍ଷର ଛାତ୍ରୀ ଥିଲେ ପୂଜା । ହଠାତ୍ ସୋମବାର ଦିନ ସେ କ୍ୟାମ୍ପସ୍ ଭିତରେ ଥିବା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ ହୋଇଥିବାର ସୂଚନା ମିଳିଛି ।
