ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ ଝଟକା, ୫ ମୃତ
ରିକ୍ଟର ସ୍କେଲରେ ତିବ୍ରତା ୭.୫ ରେକର୍ଡ
ନୂଆଦିଲ୍ଲୀ: ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ ଝଟକା। ସୋମବାର ପ୍ରତ୍ୟୁଷରେ ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀର ନୁର୍ଦଗ ପ୍ରାନ୍ତ। ଏହାର ପ୍ରଭାବ ସାଇପ୍ରସ୍, ତୁର୍କୀ, ଗ୍ରୀସ୍, ଜୋର୍ଡାନ, ଲେବାନନ୍, ସିରିଆ, ଇରାକ ଏବଂ ଜର୍ଜିଆରେ ଅନୁଭୂତ ହୋଇଥିଲା । ଭୂକମ୍ପ ଅନୁଭୂ଼ତ ହେବା ପରେ ଲୋକେ ଭୟଭୀତ ହୋଇ ଏତେ ତେଣେ ଦୌଡିବାକୁ ଲାଗିଥିଲେ । ଏହି ଶକ୍ତିଶାଳୀ ଭୂମିକମ୍ପରେ ୩୭ରୁ ଅଧିକ ଅଟ୍ଟାଳିକା ଭାଙ୍ଗିଥିବା ବେଳେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସମୟ ପାହାନ୍ତ ୪.୧୭ରେ ସଂଘଠିତ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍ ସ୍କେଲ୍ରେ ୭.୮ ଥିବା ବେଳେ ୧୫ ମିନିଟ୍ ପରେ ଅନୁଭୂତ ପରବର୍ତ୍ତୀ କମ୍ପନର ତୀବ୍ରତା ୬.୭ ଥିଲା ବୋଲି ‘ୟୁଏସ୍ଜିଏସ୍’ କହିଛି।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ମୁତାବକ, ସୋମବାର ସକାଳେ ଦକ୍ଷିଣ ତୁର୍କୀର ଗଜିୟାଣ୍ଟେପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳୀରେ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭କିଲୋମିଟର ଗଭୀରତାରେ ରହିଛି ।
Earthquake of Magnitude:7.5, Occurred on 06-02-2023, 06:47:35 IST, Lat: 37.25 & Long: 37.07, Depth: 10 Km ,Location: 399km NNE of Beirut, Lebanon for more information Download the BhooKamp App https://t.co/YXDS6XRDMQ@Dr_Mishra1966 @Ravi_MoES @ndmaindia @Indiametdept pic.twitter.com/xnu13DSefC
— National Center for Seismology (@NCS_Earthquake) February 6, 2023
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପରେ ବଡ଼ ବଡ଼ ବିଲ୍ଡିଂ ସବୁ ଦବି ଯାଇଥିବା ଜଣାପଡ଼ିଛି । ଉଚ୍ଚ ଅଟ୍ଟାଳିକାମାନ ଭାଙ୍ଗି ଯାଇଥିବା ବେଳେ ମାଟି ତଳେ ଲୋକେ ଫଶି ରହିଥିବା କୁହାଯାଇଛି ।
