ଚୋରି ବାଇକ୍ ଜବତ, ୩ ଅଭିଯୁକ୍ତ ଗିରଫ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନୟାନନ୍ଦ ଗ୍ରାମରେ ଘୋଡ଼ା ମେଳନ ଚାଲିଥିବା ବେଳେ ୩ଟି ବାଇକ୍ ଚୋରି ହୋଇ ଯାଇଥିଲା । ପୁଲିସ ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ୧୫୭/୨୩ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା । ବୁଧବାର ଦିନ ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଭଦ୍ରକ ଅଞ୍ଚଳରୁ ସୀତାଂଶୁ ମଲିକ, ସୁଧାଂଶୁ ସାହୁ ଓ ପ୍ରଦୀପ ଦାସ ନାମକ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ, ପଣାସଂକ୍ରାନ୍ତି ଉପଲକ୍ଷେ ନୟାନନ୍ଦ ଗ୍ରାମର ମା’ କଣ୍ଟିମଙ୍ଗଳା ପୀଠରେ ଘୋଡ଼ା ମେଳନ ଚାଲିଥିବା ବେଳେ ଦୁର୍ବୁତ୍ତମାନେ ୩ଟି ମୋଟର ସାଇକେଲ ଚୋରି କରି ନେଇଥିଲେ । ପରେ ଥାନାରେ ଏ ନେଇ ଅଭିଯୋଗ କରାଯାଇଥିଲା ।
