୧୦ ନମ୍ବର ରାଜ୍ୟ ରାଜପଥ : ସାତଗଛିଆରୁ ଠେଲକୋଲି-ବଡମାଳ ଛକ ମୃତ୍ୟୁ ଯନ୍ତା
ରେଙ୍ଗାଲି : ସମ୍ବଲପୁର ରୁ ରାଉରକେଲା କୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ) ର ଲପଙ୍ଗା ସାତଗଛିଆ ରୁ ଠେଲକୋଲୋଇ – ବଡମାଳଛକ(ଝାରସୁଗୁଡା) ପର୍ଯ୍ୟନ୍ତ ଯାତ୍ରୀ ମାନଙ୍କ ପାଇଁ ମୃତ୍ୟୁ ର ଯନ୍ତା ଜୋନ୍ ପାଳଟି ଯାଇଛି । ରାଜ୍ୟ ର ଅନ୍ୟତମ ବ୍ୟସ୍ତ ବହୁଲ ଶଡକ କୁହାଯାଉଥିବା ରାସ୍ତା ରେ ନିୟମିତ ବ୍ୟବଧାନ ରେ ଏହି ଅଚଂଳ ରେ ଛୋଟବଡ ସଡକ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିଲେ ମଧ୍ୟ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଳା ପ୍ରଶାସନ କିମ୍ବା ପରିବହନ ବିଭାଗ ଦୁର୍ଘଟଣା ର ସ୍ଥାୟୀ ନିରାକରଣ ଦିଗ ରେ କୌଣସି ବିହିତ ପ୍ରତିକାର କରୁନାହାନ୍ତି ।
ଗତ ୧୧ ତାରିଖ ଦିନ ସକାଲୁ ଖିଣ୍ଡା ଛକ ରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ଏହାର ସଦ୍ୟତମ ଉଦାହରଣ ଅଟେ । ଦୁର୍ଘଟଣା ରେ ଜଣେ ବସ୍ ଯାତ୍ରୀ ଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ । ସେଥିମଧ୍ୟରୁ ଏବେ ମଧ୍ୟ ୬ଜଣ ଭିମସାର୍ ରେ ଚିକିତ୍ସିତ ହୋଇ ଜୀବନ ବଚାଂଇବା ପାଇଁ ସଂଗ୍ରାମ କରୁଛନ୍ତି । ଦୁର୍ଘଟଣା ରେ ଅତି ଗୁରୁତର ଆହତ ହୋଇ ଚେତାଶୁନ୍ୟ ଥିବା ନେହା ଦୁବେ(୧୭) ନାମକ ଜନୈକ କଳେଜ ଛାତ୍ରୀ ବରଗତ ର ଏକ ଘରୋଇ ଡାକ୍ତରଖାନା ଚିକିତ୍ସିତ ହେଉଛନ୍ତି । ଏପର୍ଯ୍ୟନ୍ତ ଚେତା ଫେରି ପାଇ ନଥିବା ନେହା ଙ୍କୁ ଭେଟିଂଲେଟର ରେ ରଖାଯାଇଥିବା ର ସୂଚନା ମିଳିଛି । ଏହାପୂର୍ବରୁ ଗତ ଅକ୍ଟୋବର ୧୦ ତାରିଖ ଦିନ ଏକ କୋଇଲା ବୋଝେଇ ଟ୍ରକ୍ ଚାପା ରେ ଜନୈକ ବାଇକ ଆରୋହୀ ଙ୍କ ଘଟଣା ସ୍ଥଳ ରେ ଶୋଚନୀୟ ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ଆହୁରି ଅନେକ ଛୋଟବଡ ଦୁର୍ଘଟଣା ଘଟି ଲୋକେ କ୍ଷତାହତ ହୋଇ ଭିନ୍ନ କ୍ଷମ ହେଉଥିବାର ପ୍ରମାଣ ରହିଛି ।
ସାତଗଛିଆ ରୁ ଠେଲକୋଲୋଇ ପାଖ ରେ ଥିବା ସିଟିଆର୍ ରୋଡ୍ ପର୍ଯ୍ୟନ୍ତ କୋଇଲା ଓ ଖେରୁଆଳ ବ୍ରିଜ ଠାରୁ ବଡମାଳ ପର୍ଯ୍ୟନ୍ତ ପରିବହନକାରୀ ଟ୍ରକ୍ ମାନଙ୍କ ର ବେଆନ୍ ଲମ୍ବା ପାର୍କଂ ଯୋଗୁଁ ରାସ୍ତା ସଙ୍କୁଚିତ ହୋଇ ପଡୁଛି । ଏହାବ୍ୟତିତ ଏ ଅଚଂଳ ରେ ଥିବା କଳକାରଖାନା ଓ ଖଣି ଖଦାନ ରୁ ନିର୍ଗତ ଧୁଆଁ,ଧୁଳି,କୋଇଲା ଗୁଣ୍ଡ ଉଡି ଆକାଶ ରେ ପ୍ରଦୂଷଣ ର କଳାବାଦଳ ଢାଙ୍କି ରହୁଥିବା ରୁ ସକାଲ ଏବଂ ସନ୍ଧ୍ୟା ରେ କୃତ୍ରିମ ଅନ୍ଧକାର ସୃଷ୍ଟି ହେବା ଦୁର୍ଘଟଣା ର ଏକ ପ୍ରମୁଖ କାରଣ ବୋଲି ସଚେତନ ନାଗରିକ ମହଲ ରେ ପ୍ରତିକ୍ରିା ପ୍ରକାଶ ପାଉଛି । ରାସ୍ତା ପାଶ୍ୱର୍ ରେ ବେଆଇନ୍ ପାର୍କିଂ ସମ୍ପୂର୍ଣ ବନ୍ଦ କରିବାକୁ ଖିଣ୍ଡା ଅଚଂଳ ର ବିଭିନ୍ନ ସଙ୍ଗଠନ ଏବଂ ଜନପ୍ରତିନିଧି ଜିଲ୍ଲାପାଳ ଙ୍କୁ ବାରମ୍ବାର ଲିଖିତ ଦାବି କରିବା ସହିତ ଏସଂକ୍ରାନ୍ତ୍ରେ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନ କରି ଆସୁଥିଲେ ହେଁ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ପ୍ରଶାସନ ର ଚରମ ନିଷ୍କ୍ରିୟତା ଯୋଗୁଁ ଏହି ସାତଗଛିଆ ରୁ ଠେଲକୋଲଇ ଯାତ୍ରୀ ମାନଙ୍କ ପାଇଁ ଡେଞ୍ଜର୍ ଜୋନ୍ ତଥା ମରଣଯନ୍ତା ସାଜିଛି ବୋଲି ଅସନ୍ତୁଷ୍ଟ ଜନସାଧାରଣ ରେ ମତପ୍ରକାଶ ପାଉଛି । ଅଚଂଳ ର ଜଳ ଜମି ଜଙ୍ଗଳ ହାତେଇ ନେଇ ଅଜତ୍ସ ମୁନାଫା କରୁଥିବା କଳ କାରଖାନା,ଖଣି ଖଦାନ କର୍ତ୍ତୃପକ୍ଷ ନିଜସ୍ୱ ପାର୍କିଂ ଜୋନ୍ ୍ ନିର୍ମାଣ କରିବା ର ନିୟମ ରହିଛି । କିନ୍ତୁ ଏହି ନିୟମ କୁ ଆଖିଠାର୍ ମାରି ସଂପୃକ୍ତ ଶିଳ୍ପାନୁଷ୍ଟାନ କୁ ଆସୁଥିବା ଭାରି ଯାନ ଗୁଡିକ ରାଜ୍ୟ ରାଜପଥ କୁ ପାକିଁ ଜୋନ୍ ରୂପେ ବ୍ୟବହାର କରୁଥିଲେ ମଧ୍ୟ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ ହେଉଛି । ଶୁଣାଯାଉଛି ଏକ ବରିଷ୍ଠ ରାଜନୈତିକ ବ୍ୟକ୍ତି ଙ୍କ ବାହୁଛୟା ତଳେ ଏହି କାର୍ଯ୍ୟ ଚାଲି ଥିବାରୁ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ପଛଘୁଚାଂ ଦେଉଛି । ଜନସାଧାରଣ ଙ୍କ ଜୀବନ ସହିତ ଖେଳ ଚାଲିଛି ।
