୯ରେ ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର : ଆସନ୍ତା ୯ ତାରିଖ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଅନୁଷ୍ଠିତ ହେବ। ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରୁ ଓ ନିଜ ନିର୍ବାଚନମଣ୍ଡଳୀରେ ଥିବା ମନ୍ତ୍ରୀମାନେ ଜିଲା ମୁଖ୍ୟାଳୟରୁ ଭିଡିଓ କନ୍ଫରେନ୍ସିଂ ଯୋଗେ କ୍ୟାବିନେଟ୍ ବୈଠକରେ ସାମିଲ ହେବେ।
ଏଥିରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ଟେଣ୍ଡର୍ ଉପରେ କ୍ୟାବିନେଟ୍ ମୋହର ବାଜିବାର ସମ୍ଭାବନା ରହିଛି। ଏହା ସହ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ କ୍ୟାବିନେଟ୍ରେ ଆସିବ।
