ଆଜି ବନ୍ଦ ରହିବ ଭାରତୀୟ ଷ୍ଟେଟବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ‘ୟୋନୋ’ ସେବା
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟବ୍ୟାଙ୍କ୍ ବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ ଏକ ସୂଚନା ଜାରି ହୋଇଛି । ସୂଚନା ମୁତାବକ ଶନିବାର ବ୍ୟାଙ୍କ୍ର ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ ଓ ‘ୟୋନୋ’ ସେବା ବନ୍ଦ ରହିବ। ସେପ୍ଟେଟର ୪-୫ରେ ରକ୍ଷଣାବେକ୍ଷଣ କାର୍ଯ୍ୟ ହେତୁ ଏହାର ଡିଜିଟାଲ ସେବା ମଧ୍ୟ କିଛି ଘଣ୍ଟା ପାଇଁ ପ୍ରଭାବିତ ହେବ।
We request our esteemed customers to bear with us as we strive to provide a better banking experience.#InternetBanking #YONOSBI #YONO #ImportantNotice pic.twitter.com/GXu3UCTSCu
— State Bank of India (@TheOfficialSBI) September 3, 2021
ବ୍ୟାଙ୍କ୍ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ରକ୍ଷଣାବେକ୍ଷଣ କାର୍ଯ୍ୟ ହେତୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ସହ ଡିଜିଟାଲ ତଥା ମୋବାଇଲ ଆପ୍ ୟୋନୋ, ୟୋନୋ ଲାଇଟ୍, ୟୋନୋ ବିଜିନେସ୍ ଆପ୍ରେ ସାମୟିକ ସମୟ ପାଇଁ ଗ୍ରାହକମାନଙ୍କୁ ସେବା ମିଳିପାରିବ ନାହିଁ। ୪ ସେପ୍ଟେମ୍ବରରୁ ୨୨:୩୫ ଘଣ୍ଟା ଠାରୁ ୫ ସେପ୍ଟେମ୍ବର ୦୧:୩୫ ଘଣ୍ଟା ମଧ୍ୟରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ ନାହିଁ। ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ଡାଉନଟାଇମ୍ ୧୮୦ ମିନିଟ୍ ଚାଲିବ ବୋଲି ଆଶା କରାଯାଉଥିବା ବୁଧବାର ଦିନ ବ୍ୟାଙ୍କ ନିଜର ଟ୍ଵିିଟର ହାଣ୍ଡେଲରେ ଘୋଷଣା କରିଛି। ଏସବିଆଇ ଏହାର ଗ୍ରାହକମାନଙ୍କୁ ସୂଚନା ଦେଇଛି, ଆମେ ଆମର ସମ୍ମାନଜନକ ଗ୍ରାହକମାନଙ୍କୁ ଅନୁରୋଧ କରୁଛୁ ଯେ ଆମେ ଏକ ଉତ୍ତମ ଓ ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବାକୁ ଚେଷ୍ଟା କରୁଛୁ। ଡିଜିଟାଲ ବ୍ୟାଙ୍କିଙ୍ଗ୍ ପ୍ରତି ଗ୍ରାହକମାନଙ୍କ ଆଗ୍ରହ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସବିଆଇ ନିକଟରେ ତାର ମୋବାଇଲ ଆପ୍ ୟୋନୋ ଏବଂ ୟୋନୋ ଲାଇଟ୍ରେ ଏକ ନୂତନ ତଥା ବର୍ଦ୍ଧିତ ସୁରକ୍ଷା ବୈଶିଷ୍ଟ୍ୟ ଯୋଡିଛି। ଏହି ପ୍ଲାଟଫର୍ମଗୁଡିକର ନୂତନ ସଂସ୍କରଣ ଗ୍ରାହକଙ୍କୁ ବିଭିନ୍ନ ଡିଜିଟାଲ୍ ଠକେଇରୁ ରକ୍ଷା କରିବ ବୋଲି ଆଶା କରାଯାଉଛି। ସିମ୍ ବାଇଣ୍ଡିଂ ବୈଶିଷ୍ଟ୍ୟ ସହିତ ୟୋନୋ ଏବଂ ୟୋନୋ ଲାଇଟ୍ ଆପ୍ କେବଳ ସେହି ଡିଭାଇସରେ ହିଁ କାମ କରିବ ଯେଉଁଥିରେ ବ୍ୟାଙ୍କରେ ପଞ୍ଜିକୃତ ମୋବାଇଲ୍ ନମ୍ବରର ସିମ୍ ଥିବ। ୟୋନୋ ଏବଂ ୟୋନୋ ଲାଇଟ୍ର ଏହି ନୂତନ ସଂସ୍କରଣକୁ କାର୍ଯ୍ୟକାର କରିବାକୁ, ଉପଭୋକ୍ତାମାନଙ୍କୁ ସେମାନଙ୍କର ମୋବାଇଲ୍ ଆପ୍ ଅପଡେଟ୍ କରିବାକୁ ପଡିବ ଏବଂ ଏହି ଆପଗୁଡ଼ିକରେ ଏକଥର ପଞ୍ଜିକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ।
