ଆଜି ଠାରୁ କାର୍ତ୍ତିକ ମାସ ଆରମ୍ଭ, ଏହି ମାସରେ କେଉଁ ଜିନିଷ ଦାନ କରିବା ଶୁଭ ହୋଇଥାଏ
ହିନ୍ଦୁ ପୁରାଣ ମୁତାବକ କାର୍ତ୍ତିକ ମାସର ଖୁବ୍ ମହତ୍ୱ ରହିଛି । ହିନ୍ଦୁ କ୍ୟାଲଣ୍ଡରର ଅଷ୍ଟମ ମାସ ହେଉଛି କାର୍ତ୍ତିକ । ଚଳିତ ବର୍ଷ ଅକ୍ଟୋବର ୨୧ ରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ । ଏହି ପବିତ୍ର ମାସ ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ ।
କାର୍ତ୍ତିକ ମାସ ମଧ୍ୟ ଅନେକ ପାରମ୍ପାରିକ ପର୍ବପର୍ବାଣି ଓ ପରମ୍ପରା ଗୁଡିକୁ ନେଇକି ଆସିଥାଏ ଯଥା – ଦୀପାବଳି, ହବିଷ, ବାଲୁକା ପୂଜା, ପଞ୍ଚୁକ, କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଇତ୍ୟାଦି । ମାସର ଶେଷ ପାଞ୍ଚ ଦିନକୁ “ପଞ୍ଚୁକ” ଭାବରେ ପାଳନ କରାଯାଏ, ଯାହାକୁ ମାସର ସବୁଠାରୁ ପବିତ୍ର ଦିନ ଭାବରେ ବିଚାର କରାଯାଏ । ଅଧିକାଂଶ ଓଡିଆ ପରିବାରରେ ଆଧ୍ୟାତ୍ମିକ ଶାନ୍ତି ପ୍ରାପ୍ତି ପାଇଁ ଏହାକୁ ଆନ୍ତରିକ ଭକ୍ତି ଭାବ ସହିତ ପାଳନ କରିଥାନ୍ତି। ସେମାନେ ଆମିଷ ଖାଦ୍ୟ, ଏପରିକି ପିଆଜ ଓ ରସୁଣ ଖାଦ୍ୟ ମଧ୍ୟ ଗ୍ରହଣ କରନ୍ତି ନାହିଁ । ବହୁତ ଭକ୍ତ ହବିଷ ପାଳନ କରନ୍ତି ଯେଉଁଥିପାଇଁ ସେମାନଙ୍କୁ କଠୋର ନିୟମ ସବୁ ମାନିବା ପାଇଁ ପଡିଥାଏ ।
“ହବିଷ” କୁକାର୍ତ୍ତିକ ମାସର ସବୁଠାରୁ ପବିତ୍ର ପରମ୍ପରା ଭାବରେ ଗ୍ରହଣ କରାଯାଏ । ଯେଉଁ ଭକ୍ତ ମାନେ ହବିଷ ପାଳନ କରନ୍ତି, ସେମାନଙ୍କୁ “ହବିଷିଆଳି” କୁହାଯାଏ।ପରମ୍ପରା ଅନୁସାରେ, ହବିଷିଆଳି ମାନେଖାଦ୍ୟଦିନକୁଥରେମାତ୍ରସୂର୍ଯ୍ୟାସ୍ତପୂର୍ବରୁଗ୍ରହଣକରିଥାନ୍ତି । ଖାଦ୍ୟ ପାଇଁ ସେମାନେ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ ଉପରେ ନିର୍ଭର କରନ୍ତି ନଚେତ ନିଜେ ହବିଷ ପାଇଁ ରୋଷେଇ କରି ଖାଆନ୍ତି l ହବିଷ ଖାଦ୍ୟ ପାଇଁ କେତେକ ପନିପରିବା ସେମାନେ ବ୍ୟବହାର କରନ୍ତିନାହିଁ, ଯଥା – ବାଇଗଣ, ଫୁଲକୋବି, ବନ୍ଧା କୋବି, ଟମାଟୋ, କଲରା ଇତ୍ୟାଦି। ହବିଷର ଆଉଗୋଟିଏ ବଡକଥାହେଲା “ବାଲୁକାପୂଜା” ।ଏଥିପାଇଁ ହବିଷିଆଳି ମାନେ ତୁଳସୀ ଗଛ ନିକଟରେ ଏକାଠି ହୋଇ ଦେବାଧିଦେବ ଶିବଙ୍କୁ ପୂଜାକରନ୍ତି ।ଏଥିସହିତ ଭଗବାନ କୃଷ୍ଣଙ୍କ ଫୋଟୋ ମଧ୍ୟ ଗଛ ତଳେ ରଖି ତାଙ୍କୁ “ ରାଇଦାମୋଦର “ ରୂପରେ ପୂଜାକରନ୍ତି ।
ସ୍କନ୍ଦ ପୁରାଣରେ କାର୍ତ୍ତିକ ମାସର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ସେହିଅନୁଯାୟୀ କାର୍ତ୍ତିକ ମାସ ସହ ଅନ୍ୟ କୌଣସି ମାସ ସମାନ ହେବନି । ସ୍କନ୍ଦ ପୁରାଣରେ ଆହୁରୀ ମଧ୍ୟ କୁହାଯାଇଛି କି ବେଦ ସମାନର କୌଣସି ଶାସ୍ତ୍ର ନାହିଁ ଏବଂ ଗଙ୍ଗା ସମାନର କୌଣସି ତୀର୍ଥ ନାହିଁ । କାର୍ତ୍ତିକ ମାସକୁ ଲକ୍ଷ୍ମୀ ଏବଂ ମୁକ୍ତି ପ୍ରାପ୍ତ କରୁଥିବା ମାସ ବୋଲି କୁହାଯାଇଥାଏ । ଏହି ମାସରେ ପୂଜା-ପାଠର ବିଶେଷ ମହତ୍ୱ ରହିଛି ।
ମାନ୍ୟତାନୁସାରେ କାର୍ତ୍ତିକ ମାସରେ କୌଣସି ପବିତ୍ର ନଦୀରେ ବ୍ରହ୍ମମୁହୂର୍ତ୍ତରେ ସ୍ନାନ କରିବା ଫଳଦାୟୀ ହୋଇଥାଏ । ଏହି ସ୍ନାନର ମଧ୍ୟ ବିଶେଷ ମହତ୍ୱ ରହିଛି । ଏହି ପୂଣ୍ୟମାସରେ ମହିଳାମାନେ ସକାଳୁ ଉଠି ସ୍ନାନ କରିଥାନ୍ତି ।
ସେହିପରି କାର୍ତ୍ତିକ ମାସରେ କିଛି ଜିନିଷ ଦାନ କରିବାର ବିଶେଷ ମୁହତ୍ୱ ରହିଛି । କୁହାଯାଏ କି ମାସ ସାରା କୌଣସି ବ୍ରାହ୍ମଣ ବା ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଏହି ମାସରେ ତୁଳସୀ ଦାନ, ଅନ୍ନ ଦାନ, ଗାଇ ଦାନ ଏବଂ ଅଂଳା ଗଛ ଦାନ କରିବାର ବିଶେଷ ମହତ୍ୱ ରହିଛି ।
ବନ୍ଧୁଗଣ ନମସ୍କାର । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।




