ଭୟରେ ଆବାସ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦିନକୁଦିନ ବଢ଼ିବାରେ ଲାଗିଛି । ଇତିମଧ୍ୟରେ ଦରବୃଦ୍ଧିକୁ ନେଇ ସାଧାରଣ ଜନତା ଜୋରଦାର ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଭବନ ବାହାରେ ମଧ୍ୟ ହଙ୍ଗାମା କରିଛନ୍ତି । ଫଳରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଆବାସ ଛାଡ଼ି ପଳାଇ ଯାଇଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ବିରୋଧ ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେଇଥିଲା । ଫଳରେ ପୁଲିସ କର୍ମୀ ସମେତ ଅନେକ ଲୋକ ଆହତ ହୋଇଥିଲେ । କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଚାଲିଥିବା ଗାଲେ କ୍ରିକେଟ ଷ୍ଟାଡିୟମରେ ମଧ୍ୟ ହଙ୍ଗାମା ହୋଇଛି । ପ୍ରଦର୍ଶନକାରୀ ସେଠାରେ ମଧ୍ୟ ପହଂଚି ଯାଇଥିବା ଜଣାପଡ଼ିଛି ।
