ଖେଳ ଖବର ରାଜ୍ୟସ୍ତରୀୟ ଟେନିସ୍ ଭଲି ବଲ ପ୍ରତିଯୋଗିତାରେ ଭୁବନେଶ୍ୱର ଚମ୍ପିୟାନ
ଭୁବନେଶ୍ୱର : ୭ମ ରାଜ୍ୟ ସ୍ତରୀୟ ଜୁନିୟର ଓ ସବ୍ଜୁନିୟର ଟେନିସ୍ ଭଲି ବଲ ପ୍ରତିଯୋଗିତା ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକର ଓଲିଆବେଢ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜୁନିୟର ବାଳକ ଓ ବାଳିକା ବିଭାଗରେ ବିଭିନ୍ନ ଜିଲ୍ଲାରୁ ୧୨ଟି ଓ ସବ୍ ଜୁନିୟର ବିଭାଗରେ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ । ଜୁନିୟର ବିଭାଗରେ ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ବିଦ୍ୟାଳୟର ଛାତ୍ରମାନେ ଭୁବନେଶ୍ୱର ତରଫରୁ ଖେଳି ଫାଇନାଲରେ ପାରାଦ୍ୱୀପକୁ ୨୧-୧୫ ଓ ୨୧-୧୧ ସେଟ୍ରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ପିଲାମାନଙ୍କ ଏହି କୃତିତ୍ୱପାଇଁ ରାଜ୍ୟ ଭଲିବଲ ଆସୋସିଏସନର ସହସମ୍ପାଦକ ସ୍ମୃତିି ରଞ୍ଜନ ମହାପାତ୍ର, ବିଦ୍ୟାଳୟର ସମ୍ପାଦକ ଜଗନ୍ନାଥାନନ୍ଦ ସରସ୍ୱତୀ, କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ରାଉତରାୟ, ଓଡିଶା ସବ୍ ଟେନିସ୍ ଆସୋସିଏସନର ସମ୍ପାଦକ ମହମଦ ଅଜମ, ତପନ କୁମାର ମିଶ୍ର ଓ ରଶ୍ମି ରଞ୍ଜନ ପରିଡ଼ା ଧନ୍ୟବାଦ ଜଣାଇଥିଲେ ।
