ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ ଶିଶୁ ମାନଙ୍କ ସ୍ୱତନ୍ତ୍ର ଟୀକାକରଣ
କେନ୍ଦ୍ରାପଡ଼ା : ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁ ମାନଙ୍କ ସ୍ୱତନ୍ତ୍ର ଟୀକାକରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡ଼ାକ୍ତର ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଂଚଳର ୪୮ଟି କେନ୍ଦ୍ରରେ ଶିଶୁ ମାନଙ୍କୁ ଟୀକା ପ୍ରଦାନ କରାଯିବ । ଏହି ଟୀକାକରଣ ଫ୍ରେବୃଆରୀ ମାସ ୧୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି । ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ସମସ୍ତ ପ୍ରକାର ଟୀକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏ.ଏନ୍.ଏମ୍ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶିଶୁ ମାନଙ୍କୁ ଟୀକାକରଣ କରିବେ । ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତର ମିର୍ଜା ବାବର ବେଗ, କୃଷ୍ଣଚନ୍ଦ୍ର ଲୋହା, ଅବିନାଶ ଦାସ, ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
