ପିପିଲି ଉପ-ନିର୍ଵାଚନ ପାଇଁ ପ୍ରସ୍ତୁତି : ସମ୍ଵେଦନଶୀଳ ଓ ଅତିସମ୍ଵେଦନଶୀଳ ଭୋଟ କେନ୍ଦ୍ର ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା
ପିପିଲି : ପିପିଲି ଉପନିର୍ଵାଚନ ପାଇଁ ପ୍ରସ୍ତୁତ ଜିଲା ପ୍ରଶାସନ । ମୁକ୍ତ ଓ ନିରପେକ୍ଷ ନିର୍ଵାଚନ ପାଇଁ ଜିଲ୍ଲାର ବିରଷ୍ଠ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ କରାଗଲା ବ୍ଲୁ-ପ୍ରିଣ୍ଟ । ସମ୍ଵେଦନଶୀଳ ଓ ଅତିସମ୍ଵେଦନଶୀଳ ଭୋଟ କେନ୍ଦ୍ର ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସିସିଟିଭି କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ନଜରରେ ରହିବ ମତଦାନ କେନ୍ଦ୍ର । ବୟସ୍କ ,ଦିବ୍ୟାଙ୍ଗ କୋଭିଡ ଅ।କ୍ରାନ୍ତ ପୋଷ୍ଟାଲ ବାଲାଟ ମାଧ୍ୟମରେ କରି ପାରିବେ ମତଦାନ । ସେପଟେ କୋଭିଡ କଟକଣା ଭିତରେ ରହି ନିର୍ଵାଚନ ଲଢିବା ପାଇଁ ସହମତି ଜଣାଇଲେ ତିନି ପ୍ରମୁଖ ଦଳ ।
ସେପ୍ଟେମ୍ବର ୩୦ ତାରିଖରେ ହେବ ପିପିଲି ଉପନିର୍ଵାଚନ । ଅକ୍ଟୋବର ୩ ତାରିଖରେ ହେବ ଭୋଟ ଗଣତି । କୋଭିଡକୁ ଦୁଷ୍ଟିରେ ରଖି ବୁଥ ସଂଖ୍ୟା ୨୭୩ ସ୍ଥାନରେ ୩୪୮କୁ ବୁଦ୍ଧି କରାଯାଇଥିବା ବେଳେ ପିପିଲି ଏନଏଏସି ଓ ପିପିଲି ବ୍ଲକରେ ୧୯୯ ଗୋଟି ଓ ଡେଲାଙ୍ଗ ବ୍ଲକରେ ୧୪୯ ଟି ବୁଥର ବ୍ୟବସ୍ଥା କରାଯାଇଛି । ଏହି ଉପନିର୍ବାଚନରେ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କର ମତଦାନ କରିବେ । କୋଭିଡ କଟକଣା ପାଇଁ ୮୦ ବର୍ଷରୁ ଉର୍ଦ୍ଦ ବୟସ୍କ ଓ କୋଭିଡ ଆକ୍ରାନ୍ତ ଓ ଦିବ୍ୟାଙ୍ଗ ମାନେ ପୋଷ୍ଟାଲ ବାଲାଟ ରେ ନିଜର ମତଦାନ କରିପାରିବେ ଚଳିତ ଉପନିର୍ଵାଚନରେ । ଏହି ଉପନିର୍ଵାଚନରେ ଏହି ଶ୍ରେଣୀର ୧୦୭୭ ଜଣ ଭୋଟ ଇଚ୍ଚାକୃତ ଭାବରେ ବାଲାଟ ପୋଷ୍ଟାଲରେ ନିଜର ମତଦାନ କରିବା ପାଇଁ ସ୍ଵିକୃତି ଦେଇଛନ୍ତି । ଏମାନଙ୍କୁ ନିର୍ଵାଚନ ଅଧିକାରୀଙ୍କ ତରଫରୁ ପୋଷ୍ଟାଲ ବାଲାଟ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ । ବିଶେଷକରି ପ୍ରଚାର ଉପରେ ଲଗାଇଯାଇଥିବା କୋଭିଡ କଟକଣା, ବାଇକ ରାଲି, ଆଚରଣ ବିଧୀ ଉଲ୍ଲଙ୍ଘନ ଉପରେ ପ୍ରଶାସନ ବିଶେଷ ଦୁଷ୍ଟି ରଖିଯିବା ସହିତ ଉପନିର୍ଵାଚନକୁ ମୁକ୍ତ ଓ ନିରପେକ୍ଷ ନିର୍ଵାଚନ ପାଇଁ ଅସାମାଜିକ ଓ ବିଭିନ୍ନ ମାମଲା ରେ ଜଡିତ ଥିବା ଓ୍ଵାରେଣ୍ଟି ମାନଙ୍କୁ ଗିରଫ କରାଯାଉଥିବା ବେଳେ ସମ୍ଵେଳନଶୀଳ ଓ ଅତିସମ୍ଵେଦଳଶୀଳ ବୁଥ ଗୁଡିକରେ ସିସିଟିଭି,କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ କରାଯିବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ ।
ସେପଟେ ପିପିଲି ଉପନିର୍ଵାଚନ ପାଇଁ ବିଗତ ଦିନ ମାନଙ୍କରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କୋଭିଡରେ ଅନେକଙ୍କ ଜିବନହାନୀ ହୋଇଛି । ଏହି ଉପନିର୍ଵାଚନରେ କୋଭିଡ କଟକଣା କୋହଳ ହେଲେ ପିପିଲି ରେ କୋଭିଡର ୩ୟ ଲହର ର ପ୍ରଭାବ ର ଆଶଙ୍କା କରିଛନ୍ତି ସ୍ଥାନୀୟ ବୃଦ୍ଧିଜିବୀ, ନିର୍ଵାଚନ ସମୟରେ କଟକଣା କୋହଳ ହେଲେ ଏହା ପିପିଲି ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା କରିଛନ୍ତି । ସେପଟେ ଉପନିର୍ଵାଚନ ସମୟରେ କୋଭିଡ କଟକଣା କୁ ମାନି ନିର୍ଵାଚନ କାର୍ଯ୍ୟ ତୁଲାଇବାର ସହମତି ପ୍ରକାଶ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । କୋଭିଡ କଟକଣା କୁ ଗୁରୁତ୍ଵ ଦେଇ ନିର୍ଵାଚନ ପରିଚାଳନା ଓ ପ୍ରଚାର କରିବା ପାଇଁ ଉଭୟ ବିଜେଡି ବିଜେପି ଓ କଂଗ୍ରେସ ଦେଲେ ଗୁରୁତ୍ଵ । କୋଭିଡ ଭିତରେ ନିର୍ଵାଚନ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉଥିବା ବେଳେ କୋଭିଡ କଟକଣା ଭିତରେ ରହି ନିର୍ଵାଚନ ଲଢୁଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ କେତେ ଏହି କଟକଣା ମାନୁଛନ୍ତି ତାହା ସମୟ ହିଁ କହିବ।
