ଆସନ୍ତା ୨୧ରୁ ଭୋଟର ତାଲିକା ନେଇ ସ୍ୱତନ୍ତ୍ର ଡ୍ରାଇଭ୍
ଭୁବନେଶ୍ୱର : ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲିଛି । ଆସନ୍ତା ୨୧ ତାରିଖରେ ଏ ନେଇ ସ୍ୱତନ୍ତ୍ର ଡ୍ରାଇଭ ମଧ୍ୟ ହେବ । ଏହି ସମୟରେ ସମସ୍ତେ ନିଜ ନିଜର ଭୋଟର ଆଇଡି ସଂଶୋଧନ ଆଦି କାର୍ଯ୍ୟ ନେଇ ଆବେଦନ କରିପାରିବେ । ଏହି ସମୟରେ ପ୍ରାଥମିକତା ଭିତିରେ ଏହି ସବୁ ଆବେଦନକୁ ଗ୍ରହଣ କରାଯିବା ସହ ଆବଶ୍ୟକୀୟ ପରିବର୍ତନ କରାଯିବ ବୋଲି ବୁଧବାର ଏଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଫର୍ମ ୬ ଜରିଆରେ ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ, ଫର୍ମ ୭ ନାମ କାଟିବା ପାଇଁ ଯୋଡ଼ିପାରିବେ, ଫର୍ମ ୮ ଜରିଆରେ ନାମ ସଂଶୋଧନ କରିପାରିବେ ଏବଂ ଫର୍ମ ୮ (କ) ଜରିଆରେ ସ୍ଥାନାନ୍ତର ହୋଇଥିଲେ ଏହି ଫର୍ମ ଜରିଆରେ ଆବେଦନ କରିପାରିବେ । ବିଏଲଓମାନେ ରହିଛନ୍ତି ସେମାନଙ୍କ ପାଖକୁ ଯାଇ ଏହି ସଂଶୋଧନ କରି ପାରିବେ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନାମ ଯୋଡିବା ସହ ସଂଶୋଧନ କରିପାରିବେ । ଭୋଟର ହେଲ୍ପଲାଇନକୁ ଯାଇ ଏହି ସଂଶୋଧନ କରିପାରିବେ । ଏପିକ ନମ୍ବର ସ୍ପୀଡ଼ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦିଅନ୍ତୁ । ଆମେ କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି । ସେ ମଧ୍ୟରୁ ୮୦ ପ୍ରତିଶତ ଆମେ ଅନଲାଇନ ମାଧମରେ ପାଇଛୁ । ଗତବର୍ଷ ଏହା ୮ ପ୍ରତିଶତ ରହିଥିଲା । ବର୍ତମାନ ସୁଦ୍ଧା ଏକ ଲକ୍ଷ ଡ଼ବଲ ଆଇଡି ଡ଼ିଲିଟ କରିଛୁ । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡ଼ିଲିଟ କରାଯିବ ।
