ମହାକାଶରୁ ପୃଥିବୀକୁ ହେବ ସାମଗ୍ରୀ ବିତରଣ, ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର କ୍ୟାପସୁଲ୍!
ନୂଆଦିଲ୍ଲୀ : ଆମେରିକାର ଏକ ଷ୍ଟାର୍ଟଅପ୍ କମ୍ପାନୀ ମହାକାଶରୁ ସାମଗ୍ରୀ ବିତରଣ ପାଇଁ ଏକ ସ୍ୱତନ୍ତ୍ର କ୍ୟାପସୁଲ୍ ଡିଜାଇନ୍ କରିଛି । ଏହି ଅନନ୍ୟ ପରୀକ୍ଷଣ ବିଶ୍ୱର ଯୋଗାଣ ଶୃଙ୍ଖଳରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ଦାବି କରାଯାଉଛି । ଇନଭର୍ସନ୍ ସ୍ପେସ୍ କହିଛି ଯେ ଏହି ସ୍ପେସ୍ କ୍ୟାପସୁଲ ଦ୍ୱାରା ସ୍ପେସରୁ ପୃଥିବୀର ଯେ କୌଣସି ଜାଗାକୁ ସାମଗ୍ରୀ ବିତରଣ କରିପାରିବା । କମ୍ପାନୀ ୨୦୨୧ ରୁ ୧୦ ମିଲିୟନ୍ ଡଲାର ମୂଲ୍ୟର ଏହି ପ୍ରୋଜେକ୍ଟରେ କାମ କରୁଛି । କମ୍ପାନୀ ଏକ କ୍ୟାପସୁଲ ତିଆରି କରିବାକୁ ଚାହୁଁଛି ଯାହା ପୃଥିବୀ ତଥା ସ୍ପେସ୍ ଷ୍ଟେସନକୁ ସାମଗ୍ରୀ ବିତରଣ ତଥା ଫେରସ୍ତ ପାଇଁ ବ୍ୟବହୃତ ହୋଇପାରିବ । କମ୍ପାନୀ ଏହାକୁ ବ୍ୟବସାୟିକ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର କରିବାକୁ ଚାହୁଁଛି ।
ଇନଭର୍ସନ୍ ସ୍ପେସ୍ ର କ୍ୟାପସୁଲ୍ ପୃଥିବୀରୁ ସ୍ପେସ୍ ପ୍ରବେଶ କରି ପୃଥିବୀକୁ ଫେରି ଆସିବ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହିପରି ନୂତନ ପରୀକ୍ଷଣରେ ଘରୋଇ କମ୍ପାନୀଗୁଡିକୁ ସମର୍ଥନ କରେ । କ୍ୟାପସୁଲ୍ ସୌର ଶକ୍ତି ଉପରେ ଚାଲିବ । ଏହି କ୍ୟାପସୁଲ ୨୦୨୫ ସୁଦ୍ଧା ପ୍ରସ୍ତୁତ ହୋଇଯିବ, ଯାହା ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ଅଛି । ଏହି କ୍ୟାପସୁଲର ବ୍ୟାସ ୧.୫ ଫୁଟ । ଏହାର ନାମ ହେଉଛି ‘ରୟ’ ଯାହା ପରୀକ୍ଷଣ ସମୟରେ ୩୦୦୦୦ ଫୁଟ ଉଚ୍ଚତାରୁ ଖସିଯାଇଥିଲା । ଏହା ବିକଶିତ ହେବା ପରେ, ଏହି କ୍ୟାପସୁଲ ମହାକାଶରୁ ପୃଥିବୀକୁ ଆସିବା ସମୟରେ ବାୟୁମଣ୍ଡଳ ଶବ୍ଦର ବେଗରେ ୨୫ ଗୁଣ ଅଧିକ ସ୍ପିଡରେ ପୃଥିବୀକୁ ଛୁଇଁବ ଏବଂ ଏହା ପାରାସୁଟ ମାଧ୍ୟମରେ ଲ୍ୟାଣ୍ଡଫଲ କରିବ। ଇନ୍ଧନ ବଦଳରେ ଏହି ସ୍ୱତନ୍ତ୍ର କ୍ୟାପସୁଲ୍ ସୌର ଶକ୍ତି ଉପରେ ଚାଲିବ ।
୨୦୨୩ ରେ କମ୍ପାନୀ ଏହି କ୍ୟାପସୁଲର ଟେକ୍ନୋଲୋଜି ପ୍ରଦର୍ଶନ କରିବ । କମ୍ପାନୀ କହିଛି ଯେ କକ୍ଷପଥରେ ପହଞ୍ଚିବା ପରେ ଏହି କ୍ୟାପସୁଲ ସ୍ୱୟଂଚାଳିତ ଭାବରେ ସ୍ପେସ୍ ଷ୍ଟେସନକୁ ଯିବ । କମ୍ପାନୀ ଚାରି ଫୁଟ ବ୍ୟାସ ବିଶିଷ୍ଟ କ୍ୟାପସୁଲ ଡିଜାଇନ୍ କରୁଛି, ଯାହା ଅଧିକ ମାଲ ପରିବହନ କରିପାରିବ । ଇନଭର୍ସନ୍ ସ୍ପେସ୍ ଆଶା କରେ ଯେ ଆଗାମୀ ସମୟରେ ଏହା ମହାକାଶରେ ହଜାର ହଜାର କ୍ୟାପସୁଲ୍ ସ୍ଥାପନ କରିବାକୁ ସକ୍ଷମ ହେବ ।
