ଜାତୀୟ ସେବା ଯୋଜନାରେ ସ୍ୱତନ୍ତ୍ର ଶିବିର
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନା ପଂଚାୟତସ୍ଥିତ ଉତ୍ସବଚରଣ ଗାଜିଆଣିଚଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦ୍ଯାପିତ ହୋଇଛି । ୫୦ଜଣ ସ୍ୱେଚ୍ଛାସେବି ଯୋଗ ଦେଇ ଗୌରୀ ବେଲଦା ଗାଁରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା, ପଲିଥିନର ବ୍ୟବହାର ବର୍ଜ୍ଜନ, ମୋବାଇଲ ଅପବ୍ୟବହାର ଇତ୍ୟାଦିରେ ସଚେତନ କରାଇଥିଲେ । ପ୍ରୋଗ୍ରାମ୍ ଅଫିସର ଗୀତାରାଣୀ ନାୟକ ଏହି ଶିବିରର ନେତୃତ୍ୱ ନେଇଥିବା ବେଳେ ଉଦ୍ଯାପନୀ ବୈଠକରେ କଲେଜ ଅଧ୍ୟକ୍ଷ କାଳୀକିଙ୍କର ମହାନ୍ତି ସଭାପତିତ୍ୱ କରିଥିଲେ । ଅଧ୍ୟାପକ ହରିଶଙ୍କର ଦାସ, ହେମନ୍ତ ସାହୁ, ସସ୍ମିତା ଦାସ, ପରେଶ ଚନ୍ଦ୍ର କାମିଳା, ଗ୍ରାମ୍ୟମୁଖ୍ୟ ଶ୍ରୀମନ୍ତ ମହାଳିକ, ରାଜୀବ ଲୋଚନ ଦାସ ବକ୍ତବ୍ୟ ରଖିଥିଲେ ।
