କିଛି କବିତା କିଛି ନୀରବତାର ଲୋକାର୍ପଣ ଉତ୍ସବ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ସମାରୋହରେ ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟ ସମାଲୋଚକ ମାନେ ଯୋଗ ଦେଇ ବିଶିଷ୍ଟ କବି ମନୋରଞ୍ଜନ ସାହୁଙ୍କ ଦ୍ୱିତୀୟ ସଂକଳନ “କିଛି କବିତା କିଛି ନୀରବତା” ର ଲୋକାର୍ପଣ ଉତ୍ସବରେ ସାହିତ୍ୟ ଜାତିର ଚରିତ୍ର ନିର୍ମାଣରେ ସହାୟକ ହୋଇଥାଏ ବୋଲି ଉତ୍ସବରେ ଯୋଗ ଦେଇଥିବା କବିମାନେ ମତବ୍ୟକ୍ତ କରିଛନ୍ତି । କଥାକାର ରାମଚନ୍ଦ୍ର ବେହେରା, ଉଦ୍ଘାଟକ ବରିଷ୍ଠ ସାହିତ୍ୟିକ ଓ ସମ୍ଭକାର ଅଭିରାମ ବିଶ୍ୱାଳ ମୁଖ୍ୟ ଅତିଥି, ସାହିତ୍ୟ ସମାଲୋଚକ ତଥା ଗବେଷକ ପ୍ରାଧ୍ୟାପକ ବେଣୁଧର ପାଢୀ ମୁଖ୍ୟବକ୍ତା, କବି ପ୍ରାଧ୍ୟାପକ ଦିଲିପ କୁମାର ସ୍ୱାଇଁ, କଥାକାର ଚିତ୍ରଶିଳ୍ପୀ ତଥା ସଂପାଦକ ପ୍ରାଧ୍ୟାପକ ଅତୁଲ ବଳ, କଥାକାର ଅରବିନ୍ଦ ଧଳ ସମୀକ୍ଷକ ଭାବେ ଯୋଗ ଦେଇ ଉପରୋକ୍ତ ମତବ୍ୟକ୍ତ ଉପସ୍ଥାପନ କରିଥିଲେ । ସାହିତ୍ୟ ପରିଷଦର ସଭାନେତ୍ରୀ କବି ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ସଂପାଦକ ସରୋଜ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପବିତ୍ର ବ୍ରହ୍ମପୁତ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ନବଜ୍ୟୋତି ରାୟ, ପ୍ରଦିପ ନାୟକ, ପ୍ରମୋଦ ମଲିକ ଲୋକାର୍ପିତ କବିତା ସଂକଳନର ଉଲ୍ଲେଖନୀୟ କବିତା ପାଠ କରିଥିଲେ । ଆୟୋଜିତ ଏହି ସମାରୋହଗରେ ପ୍ରସନ୍ନ ପରିଡା ବେଦମନ୍ତ୍ର ପାଠ କରିଥିବା ବେଳେ ସାହିତ୍ୟିକ ଡ଼ଃ ବାସୁଦେବ ଦାସ, ଅର୍ଣ୍ଣପୂର୍ଣ୍ଣା ମହାନ୍ତି, ଆର୍ଯ୍ୟ ଯଜ୍ଞଦତ, ଡ଼ଃ ପ୍ରକାଶ ପରିଡା, ଲିଙ୍ଗରାଜ ମହାନ୍ତି, ବିରଜା ରାଉତରାୟ, ଗୈାରବ ସଂପାଦକ ସଂକର୍ଷଣ ଦାସ, ଶଶିକାନ୍ତ ଦାସ, ରତ୍ନାକର ନାୟକ, ଅଭିରାମ ସାହୁ, ଶରତ ନାୟକ, ରମେଶ ପ୍ରତାପ, ରଞ୍ଜନ ବାଇ, ଅମୀୟ ରାଉତ, ପ୍ରେମାନନ୍ଦ ଖଣ୍ଡୁଆଳ, ଶ୍ରୀଧର ସାମଲ, ବୃନ୍ଦାବନ ଦାସ, ରଞ୍ଜନ ବେହେରା, ସୁଶାନ୍ତ ନାୟକ, ଅଶୋକ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
