ଜଳେଶ୍ୱର-ପୁରୀ ମେମୋ ଟ୍ରେନ୍କୁ ସମାଜ କଲ୍ୟାଣ ବିକାଶ ପରିଷଦର ସ୍ୱାଗତ
ଜଳେଶ୍ୱର : ଆଜି ଭୋର ୫ଟାରେ ଜଳେଶ୍ୱର-ପୁରୀ ମେମୋ ଟ୍ରେନ ବିଧିବଦ୍ଧ ଭାବେ ଚାଲିଛି । ଏହାକୁ ସମାଜ କଲ୍ୟାଣ ବିକାଶ ପରିଷଦର ସଦସ୍ୟମାନେ ଟ୍ରେନ୍କୁ ପୁଷ୍ପରେ ସଜ୍ଜିତ କରି ପାଇଲଟ କାର୍ତ୍ତିକ ମହନ୍ତ ଓ ହିମାଂଶୁ ସେଖର ପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଟ୍ରେନ୍ଟି ଆଜି ପ୍ରଥମେ ଜଳେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । କିନ୍ତୁ ଗତ ୨୯ ତାରିଖ ଭୁବନେଶ୍ୱର ଠାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଜଳେଶ୍ୱର ଠାରେ ସାଂସଦ ପ୍ରତାପ ଷଢଙ୍ଗୀ ଓ ଡିଆରଏମ୍ ଏମ୍ଏସ୍ ହାସ୍ମି ଏହି ମେମୋ ଟ୍ରେନ୍କୁ ପାସେଞ୍ଜରଭାବେ ଅବିହିତ କରି ପୁରୀକୁ ୬୦ଟଙ୍କା ଭଡା ଥିବା ସଂପର୍କରେ ସୂଚନା ଦେଇଥିଳେ । କିନ୍ତୁ ଆଜି ଟିକେଟ୍ କଟାଯିବାବେଳେ ଯାତ୍ରୀଙ୍କ ଠାରୁ ୧୧୫ ଟଙ୍କା ନିଆଯାଉଥିବାରୁ କେତେକ ଯାତ୍ରୀ ଉତ୍ତେଜିତ ହୋଇଥିଲେ । ଅନ୍ୟପକ୍ଷରେ ଟ୍ରେନ୍ର ନାମ ‘ସ୍ୱତନ୍ତ୍ର ଜଳେଶ୍ୱର- ପୁରୀ’ ରଖାଯାଇଥିବାରୁ ଏହା ୧୧୫ ଟଙ୍କା ନିଆଯାଉଥିବା ଜଣେ ରେଳ କର୍ମଚାରୀ ପ୍ରକାଶ କରିଛନ୍ତି । ତେଣୁ ରେଳଭଡା ସଂପର୍କରେ ଏ ଅଂଚଳର ଗରିବ ଲୋକଙ୍କ ପୁରୀ ଶ୍ରୀକ୍ଷେତ୍ର ଧାମକୁ ଯାତାୟତା ଲାଗି ପାସେଞ୍ଜର ରଖା ଯିବାକୁ ସମାଜ କଲ୍ୟାଣ ବିକାଶ ପରିଷଦ ଦାବି କରିଛି । ଅନ୍ୟପକ୍ଷରେ ଆଜି ଟ୍ରେନ୍ଟି ପୁରୀରେ ପହଞ୍ଚିଲାବେଳେ ବହୁ ଯାତ୍ରୀ ଛିଡା ହୋଇ ଆସୁଥିବାର ଦେଖିବାକୁ ମିଳିଛି । ଏଥିରେ ମାତ୍ର ୮ଟି ବଗି ରହିଥିବାରୁ ପ୍ରବଳ ଯାତ୍ରୀଭିଡ ଲାଗିରହିଛି । ତେଣୁ ଯାତ୍ରୀଙ୍କ ସ୍ୱାର୍ଥକୁ ନଜର ରଖି ଅନ୍ୟୁନ ୧୨ଟି ବଗି ଲାଗି ଥିବା ଟ୍ରେନ୍କୁ ଚଲିବାକୁ ପରିଷଦର ସଭାପତି ତଥାର ପୂର୍ବତନ ମନ୍ତ୍ରୀ ରଘୁନାଥ ମହନ୍ତି, ସଂପାଦକ ବରିଷ୍ଠ ଆଇନ୍ଜିବୀ ରାମଚନ୍ଦ୍ର ଜେନା ଓ ବଣିକ ସଂଘର ସଭାପତି ସୁଧିର କୁମାର ମହାନ୍ତି ଦାବି କରିଛନ୍ତି । ଅତିଶୀଘ୍ର ଏ ସମସ୍ୟାର ସମାଧାନ ନ ହେଲେ ପରିସ୍ଥିତି ଜଟିଳ ହେବ ବୋଲି ସେମାନେ ଚେତାଇଛନ୍ତି ।
