ହ୍ୟାକରଙ୍କ କବଜାରେ ସମାଜସେବୀ ଅମୁଲ୍ୟଙ୍କ ଫେସବୁକ ଆକାଉଣ୍ଟ
ନୀଳଗିରି : ଦିନକୁ ଦିନ ହ୍ୟାକରମାନେ ସୋସିଆଲ ମିଡିଆକୁ କବଜା କରି ରଖୁଥୁବା ଅଭିଯୋଗ ହୋଇଛି । ଫେସବୁକ ମେସେଞ୍ଜର ଜରିଆରେ ବନ୍ଧୁମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। କିଛିଦିନ ହେବ ବାଲେଶ୍ଵର ଜିଲା ନୀଳଗିରିର ଯୁବ ସମାଜସେବୀ ତଥା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳମଣୀ ନିସ୍ୱାର୍ଥ ସେବା ସଂଗଠନର ପ୍ରତିଷ୍ଠାତା ଇଂ ଅମୁଲ୍ୟ କୁମାର ଜେନାଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକକରି ଏକାଧିକ ଲୋକଙ୍କୁ ଟଙ୍କା ମଗା ଯାଇଛି।ଏଥିପ୍ରତି ଲୋକ ସଚେତନ ହେବା ଜରୁରୀ ବୋଲି କହିଛନ୍ତି ଇଂ ଅମୁଲ୍ୟ କୁମାର ଜେନା। ଏଥିପ୍ରତି ପୁଲିସ ବିଭାଗର ସାଇବର ସେଲ ଦୃଷ୍ଟି ଦେବାକୁ ଦାବି ହୋଇଛି ।
