ଶୀତ ଦାୟରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କଲା ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ କଳାହାଣ୍ଡି ପରିବାର
ଭବାନୀପାଟଣା : ଆଜି ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ ପରିବାର ତରଫରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଗ୍ରାମରେ ଶୀତ ଦାୟରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ୱେଲଫେୟାର ଅର୍ଗରାନେସନ ର ସଭାନେତ୍ରୀ ଶାନ୍ତି ମାଝୀଙ୍କ ଅଧିକ୍ଷଣରେ ହୋଇଥିଲା ଏଥିରେ ସମାଜସେବୀ ଜଗୁଲାଲ ମାଝୀ, ସମାଜସେବୀ ଶ୍ୟାମସୁନ୍ଦର ସେନାପତି, ସମାଜସେବୀ ଉଛବ ସାହୁ, ଦେବେନ୍ଦ୍ର ସାହୁ, ଶତ୍ରୁଘନ ମାଝୀ, ଶ୍ୟାମସୁନ୍ଦର ସାହୁ, ଯୋଗେନ୍ଦ୍ର ମାଝୀ, ଚୈତନ୍ୟ ମହାନନ୍ଦ, ଦେବଧି ମାଝୀ, ପରମାନନ୍ଦ ଗଉଡ଼, ଦିଲୀପ ଗଉଡ଼, କୈଳାଶ କରୁଆଁ ସହ ନର୍ଲା ୱେଲଫେୟାର ଅର୍ଗନେସନ ର ବହୁ କର୍ମକର୍ତା ମାନେ ଉପସ୍ଥିତ ଥିଲେ, ଆଜିର ଏହି କାର୍ଯ୍ୟକ୍ରମରେ ୬୫ ଜଣଙ୍କୁ କମ୍ବଳ ବଣ୍ଟନ କରାଗଲା ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଦିଦି ନିଜର ଅଭିଭାଷଣ ଦେଇ ଆରମ୍ଭ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ରୁପ୍ରା ଗ୍ରାମ ପଂଚାୟତର ପ୍ରାୟତଃ ବୃଦ୍ଧ ବାପା ମା ମାନଙ୍କୁ ନିଜର କରକମାଲରେ କମ୍ବଳ ବଣ୍ଟନ କରିଥିଲେ ଓ ସମସ୍ତେ ତାଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ଓ ପରିଶେଷରେ ଏହି ସଙ୍ଘଠନ ମୁଖ୍ୟ ଉଦେଶ୍ୟ ବିଷୟରେ ସମସ୍ତଙ୍କୁ ବୁଝିଇ କହିଥିଲେ ।
