ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ : ପୁଣି ଟାନ୍ସପରେଣ୍ଟ ବିକିନିରେ ଆସିଲେ ନଜର
ମୁମ୍ବାଇ : ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ । କେତେବେଳେ ଫୁଲପତ୍ର ତ କେତେବେଳେ ବ୍ଲେଡ୍ ଓ ସେଫ୍ଟି ପିନ୍ । ଅଜବ ଡ୍ରେସିଂ ସେନ୍ସ ପାଇଁ ସେ ସବୁବେଳେ ଲାଇମ ଲାଇଟରେ ରୁହନ୍ତି । ନିଜର ହଟକେ ପୋଷାକ ପରିଧାନ ରୁଚି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ ଏବେ ଚର୍ଚ୍ଚାରେ । ଦିର୍ଘ ଦିନ ପରେ ଉର୍ଫି ସୋସିଆଲ ମିଡିଆରେ ନିଜର ଏକ ବୋଲ୍ଡ ଭିଡିଓ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ନିଆଁ ଲଗାଇଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ସି ଗ୍ରୀନ କର୍ଲର ଏକ ଟାନ୍ସପରେଣ୍ଟ ବିକିନି ପିନ୍ଧିଛନ୍ତି ଉର୍ଫି । ଏହା ସହିତ,ସେ କ୍ୟାମେରା ଆଗରେ ବୋଲ୍ଡ ଅନ୍ଦାଜରେ ଏକ ଭିନ୍ନ ଅନ୍ଦାଜରେ ପୋଜ ମଧ୍ୟ ଦେଉଛନ୍ତି। ତେବେ, ଭିଡିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ କିଛି ଫ୍ୟାନ୍ସ ଉର୍ଫିଙ୍କୁ ପ୍ରଂଶସା କରି ଥିବା ବେଳେ ,ସବୁଥର ପରି ଏଥର ମଧ୍ୟ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ଟ୍ରୋଲର୍ସ । ଜଣେ ୟୁଜର୍ସ ଲେଖିଛନ୍ତି, ‘ଅଲ୍ଲାଙ୍କୁ ଟିକେ ଭୟ କର । ‘ ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି,’ଉର୍ଫିଙ୍କ ନାଇଟ ଡ୍ରେସ ବୋଧେ କିଏ ଚୋରୀ କରି ନେଇଛି । ‘ ସେହିପରି ତୃତୀୟ ୟୁଜର୍ସ ଲେଖିଛନ୍ତି ‘ଏପରି କିଛି ଲୋକଙ୍କ ଯୋଗୁଁ ଦେଶ ନଷ୍ଟ ହୋଇଯାଉଛି।’ ଏସବୁ ବ୍ୟତୀତ ଅନ୍ୟ ଜଣେ ୟୁଜର୍ସ କଡା କମେଣ୍ଟ କରି ଲେଖିଛନ୍ତି, ‘ଏହି ଭିଡିଓ ଦେଖି ମୋ ଦିନ ଖରାପ ହୋଇଗଲା ।’
ପୂର୍ବରୁ ସିମ୍ କାର୍ଡ,ତାର,କଇଁଚି ଆଦି ସାମଗ୍ରୀ ପ୍ରୟୋଗ କରି ପୋଷାକ ବନାଇ ପିନ୍ଧିଥିବା ଉର୍ଫି ନିକଟରେ କପଡ଼ା ଶୁଖା ହେଉଥିବା କ୍ଲିପ୍କୁ ବ୍ୟବହାର କରି ନିଜ ପାଇଁ ପୋଷାକ ବନାଇଥିଲେ। ସେହି ପୋଷାକ ପିନ୍ଧିଥିବା ବେଳେ ତାଙ୍କର ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ସେ କପଡ଼ା ଶୁଖା ଯାଉଥିବା କ୍ଲିପ୍ରେ କିପରି ପୋଷାକ କରି ପିନ୍ଧିଛନ୍ତି । ସେ ଭିଡିଓଟିକୁ ସେୟାର କରିବା ସହ ପ୍ରଶଂସକଙ୍କୁ ତାଙ୍କ ଭିଡିଓ ପାଇଁ ଏକ ମଜାଦାର କ୍ୟାପ୍ସନ୍ ବାଛିବାକୁ ଫ୍ୟାନ୍ସକୁ କହିଥିଲେ। ଫେସନ୍ କ୍ବିନ୍ ଏହି ଭିଡିଓଟିକୁ ସେୟାର କରିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ କମେଣ୍ଟ୍ରେ କ୍ୟାପ୍ସନର ବର୍ଷା କରିଥିଲେ।
ନିକଟରେ ଉର୍ଫି ଜାଭେଦଙ୍କ ପୋଷାକକୁ ନେଇ ‘ଅଶାଳୀନ’ ମନ୍ତବ୍ୟ ଦେଇଥିଲେ ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ଚିତ୍ରା କିଶୋର ୱାଘ। ଏନେଇ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ଉର୍ଫି ଜାଭେଦ। ଉର୍ଫିଙ୍କ ଓକିଲ ନୀତୀନ ସାତପୁଟେ କହିଥିଲେ ଯେ, ଓଟିଟି ତାରକା ଉର୍ଫି ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନଙ୍କ ନିକଟରେ ତାଙ୍କର ଅଭିଯୋଗ ଦାୟର କରିଛନ୍ତି। ସାର୍ବଜନୀନ ପରିସରରେ ଅଭିନେତ୍ରୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଧମକ ଦେବା ଏବଂ ଅପରାଧିକ କାର୍ଯ୍ୟ ପାଇଁ ୱାଘଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି।ଉର୍ଫି ଜାଭେଦ ଓକିଲଙ୍କ ଜରିଆରେ ଆଗତ କରିଥିବା ନିଜର ଅଭିଯୋଗରେ କହିଥିଲେ ଯେ, ମୁଁ ବିଜେପି କର୍ମୀ ଚିତ୍ରକିଶୋର ୱାଘଙ୍କ ବିରୋଧରେ ଆଇପିସିର ଧାରା ୫୦୪, ୫୦୬, ୫୦୬(୨) ଆଧାରରରେ ଅଭିଯୋଗ କରିଛି। ସର୍ବସାଧାରଣରେ କ୍ଷତି ପହଞ୍ଚାଇବା ପାଇଁ ମୋତେ ଧମକ ମଧ୍ୟ ମିଳିଛି। ଏଣୁ ମୋର ସୁରକ୍ଷା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଁ କମିଶନଙ୍କୁ ଅନୁରୋଧ କରିଛି।
