ରାଜଧାନୀରୁ ଚୋରା ବନ୍ଧୁକ ଜବତ, ବେପାରୀ ଗିରଫ
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରୁ ବନ୍ଧୁକ ଜବତ କରିଛି ଭରତପୁର ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ଜଣେ ବନ୍ଧୁକ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।
ସୂଚନା ଯେ, ଚୋରା ବନ୍ଧୁକ କାରବାର ନେଇ ପୋଲିସ ପାଖରେ ଗୁପ୍ତ ସୂଚନା ମିଳିଥିଲା । ପୋଲିସ ଏହି ସୂଚନା ଆଧାରରେ ଆଜି ଭରତପୁର ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ଏକ ଚୋରା ବନ୍ଧୁକ ମିଳିଛି । ଏହାସହିତ ଜଣେ ବନ୍ଧୁକ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ଭରତପୁର ଥାନା ପୋଲିସ । ଗିରଫ ବେପାରୀ ନିକଟରୁ ଗୋଟିଏ ଚୋରା ବନ୍ଧୁକ ସହ ୨ ରାଉଣ୍ଡ ଗୁଳି ଜବତ ହୋଇଛି । ତେବେ ଗିରଫ ବ୍ୟକ୍ତି ଜଣଙ୍କ କଣ ପାଇଁ ବନ୍ଧୁକ ରଖିଥିଲା ଏବଂ କେଉଁଠୁ ଆଣିଥିଲା । ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।
