ବାଲେଶ୍ୱର : ୧୮ରୁ ୪୪ବର୍ଷ (ପ୍ରଥମ ଡୋଜ) ଓ ୪୫+ (ଦ୍ଵିତୀୟ ଡୋଜ) ପାଇଁ ଆସନ୍ତାକାଲି ସ୍ଲଟ ବୁକିଂ
ବାଲେଶ୍ୱର : ରାଜ୍ୟରେ ଟିକାର ଅଭାବ ଯୋଗୁଁ ଗତ କିଛିଦିନ ହେବ ବାଲେଶ୍ୱର ଜିଲାରେ ଟୀକାକରଣ ବନ୍ଦ ରହିଥିଲା । ମାତ୍ର ଏହାରି ମଧ୍ୟରେ ଜିଲାରେ ଶୁକ୍ରବାର ଦିନକ ପାଇଁ ଉଭୟ ୧୮ରୁ ୪୪ବର୍ଷ (ପ୍ରଥମ ଡୋଜ) ଓ ୪୫+ (ଦ୍ଵିତୀୟ ଡୋଜ) ବୟସ୍କଙ୍କ ଟିକାକରଣ ଅନୁଷ୍ଠିତ ହେବ । ଟିକା ନେଇ ନଥିବା ବ୍ୟକ୍ତିବିଶେଷ କୋ-ଓ୍ବିନ (co-win) ପୋର୍ଟାଲକୁ ଯାଇ ଏହି ସ୍ଲଟ ବୁକିଂ କରିପାରିବେ ବୋଲି ଜିଲାପାଳ ବୁଧବାର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
Please find the vaccination schedule of 18-44 age group for 16th July.Slots opens at @ 10.30 AM on 15th July 2021 i.e tomorrow. book your slot and get vaccinated. kindly follow COVID appropriate behavior all the time. #OdishaCares pic.twitter.com/n67cfPwOys
— DM Balasore (@DBalasore) July 14, 2021
ଟିକା ନେଇ ନଥିବା ୪୫+ ବୟସ୍କ ବ୍ୟକ୍ତିଙ୍କ ଦ୍ଵିତୀୟ ଡୋଜ ପାଇଁ ଗୁରୁବାର ସକାଳ ୧୦ଟା ସମୟରେ କୋ-ଓ୍ବିନ (co-win) ପୋର୍ଟାଲକୁ ଯାଇ ସ୍ଲଟ ବୁକିଂ କରିପାରିବେ । ସହର ସମେତ ୧୨ଟି ବ୍ଲକ ପାଇଁ ଦିନକରେ ୧୧ହଜାର ୯୫୦ ଡୋଜ ଟିକା ଦିଆଯିବ ।
Kindly find the Vaccination schedule for the 45+ age group for 2nd dose only and for 16th july 2021.
— DM Balasore (@DBalasore) July 14, 2021
As per request online registration has been started this time for 45+ this time. please book your slot through COWIN portal @10AM tomorrow I.e 15th July 2021.#OdishaCares pic.twitter.com/r6WLTHhtit
ସେହିପରି ୧୮ରୁ ୪୪ ବର୍ଷ ବୟସ୍କଙ୍କ ପ୍ରଥମ ଡୋଜ ଟିକାକରଣ ପାଇଁ ଗୁରୁବାର ସକାଳ ୧୦ଟା ୩୦ମିନିଟ ସମୟରେ କୋ-ଓ୍ବିନ (co-win) ପୋର୍ଟାଲକୁ ଯାଇ ସ୍ଲଟ ବୁକିଂ କରିପାରିବେ । ସହର ସମେତ ୧୨ଟି ବ୍ଲକ ପାଇଁ ଦିନକରେ ୩ହଜାର ୩୫ଡୋଜ ଟିକା ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
