୨୩ରୁ ଏକକ ପିଜି ଏଣ୍ଟ୍ରାନ୍ସ
ଭୁବନେଶ୍ୱର : ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ପରୀକ୍ଷା ନେଇ ମଙ୍ଗଳବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଏକକ ପିଜି ଏଂଟ୍ରାନ୍ସ ପରୀକ୍ଷା ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ୩ ଟି ସେସନ୍ ରେ ପରୀକ୍ଷା ହେବ ।
୨୩ ତାରିଖ ଦିନ ଆନ୍ଥ୍ରୋପୋଲୋଜି , ଭୂଗୋଳଓ ଏମବିଏ ରେ ନାମଲେଖା ପାଇଁ ପରୀକ୍ଷା ଥିବା ବେଳେ ୨୪ରେ ଫିଜିକ୍ସ୍ , ଏଲଏଲଏମ୍ ଓ କମର୍ସ, ୨୫ରେ ମାଇକ୍ରୋବାୟୋଲୋଜି, ପିଏମଆଇଆର, ହିନ୍ଦୀ/ଇଂରାଜୀ ଓ ଷ୍ଟାଟିଷ୍ଟିକସ୍ , ୨୬ରେ ଏନଭରମେଂଟାଲ ସାଇନ୍ସ, ଲାଇଫ୍ ସାଇନ୍ସେସ୍ , ପପୁଲେସନ୍ ଷ୍ଟଡିଜ୍, ସୋସିଓଲୋଜି, ଓଡିଆ ଓ ଫିଲୋସୋଫି ପରୀକ୍ଷା ରହିଛି । ସେହିପରି ୨୮ ତାରିଖରେ ଇକୋନୋମିକ୍ସ୍ , ଜିଓଲୋଜି, ଏମବିଏ (ଆରଏମ)., ହୋମସାଇନ୍ସ ଓ ଇତିହାସ, ୩୦ରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ , କମ୍ପ୍ୟୁଟର ସାଇନ୍ସ ଓ ପବ୍ଲିକ୍ ହେଲଥ୍, ୩୧ ତାରିଖରେ ବଟାନି , ଏଜୁକେସନ୍, କେମେଷ୍ଟ୍ରି ଏବଂ ଲାଇବ୍ରେରୀ ଓ ଇନଫରମେସନ୍ ସାଇନ୍ସ ପରୀକ୍ଷା ରହିଛି । ଏହା ବ୍ୟତୀତ ସେପ୍ଟେମ୍ବର ୧ ତାରିଖରେ ସାନ୍ତାଳୀ/ସଂସ୍କୃତ /ଉର୍ଦ୍ଦୁ , ମାଟେରିଆଲ ସାଇନ୍ସ, ଗଣିତ , ଲିଙ୍ଗ୍ୟୁଷ୍ଟିକ୍ସ୍ ଏବଂ ସାମ୍ବାଦିକତା , ୨ ତାରିଖରେ ୱାଇଲ୍ଡ ଲାଇଫ୍ ଆଣ୍ଡ ବାୟୋଡାଇଭରସିଟି କନଜରଭେସନ୍, ବାୟୋଇନଫରମେଟିକ୍ସ୍, ବାୟୋଟେକ୍ନୋଲୋଜି, ଯୋଗ ଓ ନେଚେରୋପାଥି, ପଲିଟିକାଲ ସାଇନ୍ସ ଏବଂ ଏମଏସଡବ୍ଲୁ ରହିଛି । ୩ ତାରିଖରେ ଓମେନ ଷ୍ଟଡିଜ୍, ଇଲେକ୍ଟ୍ରୋନିକ୍ ସାଇନ୍ସ, ସାଇକୋଲୋଜି ଓ ମେରାଇନ୍ ସାଇନ୍ସ ବିଷୟରେ ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ସାମସ୍ ୱେବସାଇଟ୍ ରୁ ପରୀକ୍ଷା ସମ୍ବନ୍ଧରେ ସବିଶେଷ ତଥ୍ୟ ପାଇପାରିବେ ।
