ଡିଏଭି ଜଗନ୍ନାଥ କ୍ଷେତ୍ରରେ ରଜତ ଜୟନ୍ତୀ ଉତ୍ସବ ଧୂମଧାମରେ ପାଳିତ
ତାଳଚେର : ଅନୁଗୁଳ ଜିଲା ମହାନଦୀ କୋଲ ଫିଲଡ଼ସ ଲିମିଟେଡ଼ ତାଳଚେରର ଡିଏଭି, ପବ୍ଲିକ ସ୍କୁଲ ଏମ.ସି.ଏଲ , ଜଗନ୍ନାଥ କ୍ଷେତ୍ରରେ ରଜତ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଏମ୍. ସି. ଏଲ୍.ର ସି.ଏମ.ଡି ଶ୍ରୀଯୁକ୍ତ ଓ.ପି.ସିଂହ ମୁଖ୍ୟ ଅତିଥି ରୂପେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜାଗୃତି ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ପଦ୍ମଯା ସିଂହ ଏବଂ ଡି.ପି. ଶ୍ରୀଯୁକ୍ତ କେଶବ ରାଓ ସମ୍ମାନୀତ ଅତିଥି ରୂପେ, ଓଡ଼ଶା ଡି.ଏ.ଭି.ବିଦ୍ୟାଳୟ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ଶତପଥୀ, ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପ୍ରଧାନ ଅନ୍ୟତମ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ।ଏମ.ସି.ଏଲ. ଜଗନ୍ନାଥ କ୍ଷେତ୍ରର ମହା ପ୍ରବନ୍ଧକ ତଥା ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଏ.କେ.ଧଳ କାର୍ଯ୍ୟକ୍ରମର ସାମଗ୍ରୀକ ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳା ଚକ୍ରବର୍ତ୍ତୀ ବିଦ୍ୟାଳୟର ଦୀର୍ଘ ୨୫ ବର୍ଷର ବିବରଣୀ ପାଠ କରିଥିଲେ।ଉକ୍ତ ଉତ୍ସବରେ ଏମ.ସି.ଏଲ.ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନର ପଦାଧିକାରୀମାନେ ,ପତ୍ରିକାରଗଣ ,ପୁରାତନ ଛାତ୍ରଛାତ୍ରୀ ,ପୁରାତନ ଶିକ୍ଷକ ,ପୁରାତନ ଅଧ୍ୟକ୍ଷ, ପୁରାତନ ଆଞ୍ଚଳିକ ଅଧିକାରୀ ,ଅଧ୍ୟୟନରତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବା ସହ ଉତ୍ସବକୁ ମନଭରି ଉପଭୋଗ କରିଥିଲେ। ଗାୟତ୍ରୀ ମନ୍ତ୍ର , ଡି.ଏ.ଭି ଗାନ ଓ କୋଲ ଇଣ୍ଡିଆ ଆନ୍ଥେମ ଗାନ ସହ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀ ସିଂହ ଦେଶ ଓ ପ୍ରଦେଶରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରିବା ସହ ବିଦ୍ୟାଳୟର ଅଧ୍ୟକ୍ଷା , ଶିକ୍ଷକ ଶିକ୍ଷୟିତ୍ରୀ ,ଛାତ୍ରଛାତ୍ରୀ, ଅଭିଭାବକ ଏବଂ କର୍ମଚାରୀମାନଙ୍କର ଅବଦାନର ଭୂୟସୀ ପ୍ରଶଂସା କରିଥିଲେ।ଏହି ଅବସରରେ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥିଙ୍କ କର କମଳରେ ଅଟଳ ଟିଙ୍କରିଙ୍ଗ ଲ୍ୟାବ ଉଦଘାଟନ ହେବା ସହିତ ପୋଷ୍ଟାଲ ଷ୍ଟାମ୍ପ,ବିଦ୍ୟାଳୟର ନବ ନିର୍ମିତ ଫାଟକ ଏବଂ ରୌପ୍ୟ ଜୟନ୍ତୀ ଲୋଗ ଉନ୍ମୋଚିତ ହୋଇଥିଲା। ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ. ଚିତ୍ତରଞ୍ଜନ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।
