ଶିବ ପୁରାଣରେ ବର୍ଣ୍ଣିତ ମହା ଶିବରାତ୍ରି ପୂଜାର ମହତ୍ଵ
ଶିବ ପୁରାଣର କୋଟିରୁଦ୍ର ସହିଂତାରେ କୁହା ଯାଇଛି କି ଶିବରାତ୍ରି ବ୍ରତ କଲେ ମୋକ୍ଷ ପ୍ରାପ୍ତି ହୁଏ। ବ୍ରହ୍ମା, ବିଷ୍ଣୁ, ତଥା ପାର୍ବତୀ ପଚାରିବାରୁ ଭଗବାନ ସଦାଶିବ କହିଲେକି ଶିବରାତ୍ରି ବ୍ରତ କଲେ ମହାନ୍ ପୂଣ୍ୟ ମିଳିଥାଏ। ମୋକ୍ଷ ପ୍ରାପ୍ତି କରିବା ପାଇଁ ଏଇ ୪ ଟି ସଂକଳ୍ପ ନିୟମ ପୂର୍ବକ ପାଳନ କରିବା ଆବଶ୍ୟକ।
ଏହି ୪ଟି ସଂକଳ୍ପ ହେଉଛି :-
ଶିବରାତ୍ରି ରେ ଭଗବାନ ଶିବଙ୍କର ପୂଜା, ରୁଦ୍ରମନ୍ନ ର ଜପ, ଶିବମନ୍ଦିର ରେ ଉପବାସ ବା କାଶୀରେ ଦେହତ୍ୟାଗ। ଶିବ ପୁରାଣରେ ମୋକ୍ଷର ୪ଟି ସନାତନ ମାର୍ଗ ଦିଆ ଯାଇଛି। ଏହି ୪ଟି ମଧ୍ୟରେ ଶିବରାତ୍ରି ବ୍ରତ ବିଶେଷ ମହତ୍ତ୍ବ ଅଛି। ଏହାକୁ ଅବଶ୍ୟ କରିବା ଉଚିତ୍। ଏହା ସମସ୍ତଙ୍କ ପାଇଁ ଧର୍ମର ଉତ୍ତମ ସାଧନ ଅଟେ।
ସମସ୍ତ ମନୁଷ୍ୟ, ବର୍ଣ୍ଣ, ସ୍ବୀ, ବାଳକ ତଥା ଦେବତା ମାନଙ୍କ ପାଇଁ ଏହି ବ୍ରତ ପରମ ହିତକାରୀ ବୋଲି ମନାଯାଏ। ପ୍ରତ୍ୟେକ ମାସ ଶିବରାତ୍ରି ବ୍ରତରେ ଓ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ହେଇଥିବା ମହାଶିବରାତ୍ରୀ ବ୍ରତର ଶିବ ପୁରାଣରେ ବିଶେଷ ମହତ୍ତ୍ବ ଅଛି।
ଉପବାସରେ ରାତ୍ରି ଜାଗରଣ କରିବା କଣ ପାଇଁ? :
ଋଷି ମୁନି ମାନେ ସମସ୍ତ ଆଧ୍ୟାତ୍ମିକ ଅନୁଷ୍ଠାନ ମାନଙ୍କରେ ଉପବାସ କୁ ମହତ୍ତ୍ବପୂର୍ଣ୍ଣ ମାନନ୍ତି। ଅତଃ ଆଧ୍ୟାତ୍ମିକ ସାଧନା ପାଇଁ ଉପବାସ ନିତ୍ୟାନ୍ତ ଆବଶ୍ୟକ। ଉପବାସ ସହ ରାତ୍ରି ଜାଗରଣର ମହତ୍ତ୍ବ ଉପରେ ସନ୍ଥ ମାନେ କହିଛନ୍ତି ‘ ୟା ନିଶା ସର୍ବଭୂତାନାଗ୍ ତସ୍ୟା ଜାଗତିଶୟଂମି।’
ଏହାର ସିଧା ତାତ୍ପର୍ଜ୍ୟ ଏହିକି ଯେ ଉପାସନା ଦ୍ବାରା ଇନ୍ଦ୍ରିୟ ଏବଂ ମନ ଉପରେ ନିୟନ୍ତ୍ରଣ କରିପାରୁଥିବା ବ୍ୟକ୍ତି ହିଁ ରାତିରେ ଉଜାଗର ରହି ନିଜର ଲକ୍ଷ୍ୟକୁ ପାଇବା ପାଇଁ ସକ୍ଷମ ଅଟେ । ଅର୍ଥାତ୍ ଶିବ ଉପାସନା ପାଇଁ ଉପବାସ ଏବଂ ରାତ୍ରି ଜାଗରଣ ଉପଯୁକ୍ତ ଅଟେ। ରାତ୍ରି ପ୍ରିୟ ଶିବଙ୍କୁ ସାକ୍ଷାତ କରିବାର ସମୟ ରାତ୍ରି ଅପେକ୍ଷା ଆଉ କେଉଁ ସମୟ ବା ହେଇପାରେ?
ଏହି ସବୁ କାରଣରୁ ଏହି ମହାନ୍ ବ୍ରତରେ ବ୍ରତାଚାରି ମାନେ ଉପବାସ ସହ ରାତ୍ରୀରେ ଚାହିଁ ଶିବଙ୍କ ପୂଜାର୍ଚ୍ଚନା କରନ୍ତି। ଏଥୁ ପାଇଁ ମହାଶିବରାତ୍ରି ରେ ରାତ୍ରିର ଚାରି ପ୍ରହରରେ ବିଶେଷ ପୂଜା କରାଯାଏ। ସକାଳର ଆରତୀ ସହ ଏହି ଉପାସନା ପୂର୍ଣ୍ଣ ହୁଏ।
ମହାଶିବରାତ୍ରୀ ପୂଜା ବିଧି :-
ଶିବ ପୁରାଣ ଅନୁସାରେ ବ୍ରତ କରିଥିବା ବ୍ୟକ୍ତି ସକାଳୁ ଉଠି ନିତ୍ୟକର୍ମ ସାରି ମସ୍ତକରେ ଭସ୍ମ ର ତିଳକ ଲଗାଇ ଗଳାରେ ରୁଦ୍ରାକ୍ଷ ପକାଇ ଶିବ ମନ୍ଦିରରେ ଯାଇ ବିଧୂପୂର୍ବକ ପୂଜା କରିବା ଆବଶ୍ୟକ। ତତ୍ପରେ ଶ୍ରଦ୍ଧାପୂର୍ବକ ବ୍ରତର ଏହି ଭଳି ସଂକଳ୍ପ ନେବା ଆବଶ୍ୟକ । ଶିବରାତ୍ରୀ ବ୍ରତଂ ହୋତତ୍କ ରିଷ୍ୟ ଅହଂ ମହାଫଳମ୍ ନିର୍ବିଘ୍ନ ମସ୍ତୁ ସେ ଚାତ୍ର ହତ୍ପ୍ର ସାଦା ଜଗହତ। ଏହା କହି ହାତରେ ଥିବା ପୁଷ୍ପ ଜଳ ଆଦିକୁ ସମର୍ପଣ କରି ଏହି ଶ୍ଳୋକ ପଢ଼ିବା ଆବଶ୍ୟକ-
ଦେବଦେବ ମହାଦେବ ନୀଳକଣ୍ଠ ନମୋସ୍ତୁତେ
କରୁଁ ମିଛାମ୍ୟାହଂଦେବ ଶିବରାତ୍ରି ବ୍ରତଂ ତବ ।
ତବ ପ୍ରସାଦା ଦେବେଶ ନିର୍ବିଘ୍ନନ ଭବେଦିତି
କାମାସ ସତ୍ରବୋ ମାଂ ବୈ ପୀଡା କୁର୍ବନ୍ତୁ ନୈବ ହି ।।
ହେ ଦେବଦେବ, ହେ ମହାଦେବ, ହେ ନୀଳକଣ୍ଠ ଆପଣଙ୍କ
ଚରଣରେ ପ୍ରଣାମ କରୁଛି। ହେ ଦେବ ମୁଁ ଆପଣଙ୍କର
ଶିବରାତ୍ରି ବ୍ରତ ପାଳନ କରିବାକୁ ଚାହୁଁଛି। ହେ ଦେବ
ଆପଣଙ୍କ କୃପାରୁ ଏହି ବ୍ରତ ନିର୍ବିଘ୍ନ ରେ ପୂର୍ଣ୍ଣ ହେଉ ଏବଂ
କାମ, କ୍ରୋଧ, ଲୋଭ ଆଦି ଶତ୍ରୁ ଠୁ ଦୂରେଇ ରଖନ୍ତୁ।
ରାତ୍ରି ପୂଜାର ବିଧାନ :-
ଦିନସାରା ଶିବ ମନ୍ତ୍ରର ଯଥା ଶକ୍ତି ଜପ କରିବା ଆବଶ୍ୟକ। ଅର୍ଥାତ୍ ଯେଉଁ ମାନେ ବ୍ରାହ୍ମଣ ବା ଯେଉଁମାନେ ବ୍ରତ ହେଇଛନ୍ତି ସେମାନେ “ଓଁ ନମଃ ଶିବାୟ” ମନ୍ତ୍ର ଜପ କରିବା କଥା କିନ୍ତୁ ବାକି ସମସ୍ତେ କେବଳ “ଶିବାୟେ ନମଃ” ମନ୍ତ୍ର ଜପ କରିବା ଉଚିତ୍ । ରୋଗୀ, ଅସହାୟ ଏବଂ ବୃଦ୍ଧ ବ୍ୟକ୍ତି ମାନେ ଫଳ ଆହାର ଗ୍ରହଣ କରି ରାତ୍ରି ପୂଜା କରିପାରିବେ। ସୁସ୍ଥ ବ୍ୟକ୍ତି ମାନେ ବିନା ଫଳ ଆହାର ଗ୍ରହଣ କରି ରାତ୍ରି ପୂଜା କରିବା ଉଚିତ୍ ।
