ସିଦ୍ଧି ବିନାୟକଙ୍କ ମନ୍ଦିରରେ ଦେଶୀଗାର୍ଲ ପ୍ରିୟଙ୍କା, ଝିଅ ‘ମାଲତୀ’ ପାଇଁ ବାବାଙ୍କ ନିକଟରେ କଲେ ପୂଜା
ମୁମ୍ବାଇ : ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍ ଜୋନାସ୍ ଓ କୁନି ଝିଅ ମାଲ୍ତୀ ମ୍ୟାରୀଙ୍କୁ ଧରି ଭାରତ ଆସିଛନ୍ତି । ମାଲ୍ତୀ ମ୍ୟାରିଙ୍କର ଏହା ହେଉଛନ୍ତି ପ୍ରଥମ ଭାରତ ଗସ୍ତ । ନିଜ ଭଉଣୀ ପରିଣିତି ଚୋପ୍ରାଙ୍କ ବାହାଘର ପାଇଁ ପ୍ରିୟଙ୍କା ଭାରତ ଆସିଥିବା କୁହାଯାଉଛି । ପ୍ରିୟଙ୍କାଙ୍କ ସମ୍ପର୍କୀୟ ଭଉଣୀ ପରିଣିତିଙ୍କର ରାଜନେତା ରାଘବ ଚଢାଙ୍କ ସହ ପ୍ରେମ ସମ୍ପର୍କ ରହିଛି । ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏମିତିକି ସେମାନଙ୍କର ନିର୍ବନ୍ଧ ହୋଇ ସାରିଥିବା ଚର୍ଚ୍ଚା ଚାଲିଛି ।
କିନ୍ତୁ ଏହାରି ଭିତରେ ପ୍ରିୟଙ୍କା ନିଜ ଝିଅକୁ ନେଇ ଆଜି ସିଦ୍ଧି ବିନାୟକଙ୍କ ମନ୍ଦିରରେ ପହଞ୍ଚିଛନ୍ତି । ସିଦ୍ଧି ବିନାୟକଙ୍କ ନିକଟରେ ସେ ନିଜ ଝିଅର ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରିଥିବା ଜଣାପଡିଛି । ତେବେ,ପୂଜାର୍ଚ୍ଚନା ବେଳର ସମସ୍ତ ଫଟୋ ଓ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି ଯେ, ପାରମ୍ପାରିକ ପୋଷାକ ପିନ୍ଧି ସିଦ୍ଧି ବିନାୟକ ମନ୍ଦିରରେ ନିଜ ଝିଅ ସହ ପହଞ୍ଚୁଛନ୍ତି ପ୍ରିୟଙ୍କା । ପରେ ପୂଜକଙ୍କୁ ପୂଜା ଥାଳି ଦେଉଛନ୍ତି । ପରେ ଝିଅ ନାଁରେ ପୂଜାର୍ଚ୍ଚନା କରିବା ସହ ବାବାଙ୍କ ଆଶିଷ ଲାଭ କରୁଛନ୍ତି। ଏବଂ ଝିଅ ମାଲତୀ ମୁଣ୍ତରେ ଟିକା ମଧ୍ୟ ଲଗାଉଛନ୍ତି । ତେବେ,ପୂଜାର୍ଚ୍ଚନା ସମୟର ଫଟୋକୁ ମଧ୍ୟ ଅଭିନେତ୍ରୀ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଆଉ ପୋଷ୍ଟରେ ଲଖିଛନ୍ତି , ‘ମାଲତୀମ୍ୟାରିଙ୍କ ପ୍ରଥମ ଭାରତ ଗସ୍ତ, ସିଦ୍ଧି ବିନାୟକଙ୍କ ଆଶିଷ ପ୍ରାପ୍ତ ହୋଇଛି।’ ତେବେ, ଅଭିନେତ୍ରୀଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରଟି ଓ ଫ୍ୟାନସ୍ କମେଣ୍ଟ କରିବା ସହ ଲାଇକ୍ ମଧ୍ୟ କରିଛନ୍ତି ।
ସୂଚନା ଯେ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ତାଙ୍କ କୁନି ଝିଅ ମାଲ୍ତୀ ମ୍ୟାରୀଙ୍କୁ ଧରି ଭାରତ ଆସିଛନ୍ତି । ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ବି ଆସିଛନ୍ତି । ମାଲ୍ତୀ ମ୍ୟାରିଙ୍କର ଏହା ହେଉଛନ୍ତି ପ୍ରଥମ ଭାରତ ଗସ୍ତ । ପ୍ର୍ରିୟଙ୍କା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଫଟୋଗ୍ରାଫରଙ୍କୁ ଫଟୋ ପୋଜ୍ ଦେବା ସହ ହାତ ଯୋଡ଼ି ନମସ୍କାର ବି କରିଛନ୍ତି । ୨୦୨୨ ମସିହାରେ ପ୍ରିୟଙ୍କା ଓ ନିକ୍ ଝିଅ ମାଲ୍ତୀଙ୍କୁ ଗ୍ରହଣ କରିଥିଲେ । ତାଙ୍କ ଝିଅ ସରୋଗେସି ଜରିଆରେ ଜନ୍ମ ହୋଇଛନ୍ତି ବୋଲି ମଧ୍ୟ ସୂଚନା ଦେଇଥିଲେ । ୨୦୧୭ ମସିହାରେ ପ୍ରିୟଙ୍କା ଏବଂ ନିକ ଏକ କାର୍ଯ୍ୟକ୍ରମରେ ପ୍ରଥମ ଦେଖା ହୋଇଥିଲେ । ସେବେଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ପରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ୨୦୧୮ ମସିହାରେ ସେମାନେ ବିବାହ କରିଥିଲେ । ବିବାହ ପରେ ପ୍ରିୟଙ୍କା ନ୍ୟୁୟର୍କରେ ରହୁଛନ୍ତି ।
