Skip to content
ଭୁବନେଶ୍ୱର : ଦେଶର ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ନିଜର ଉପାଦେୟ ପରାମର୍ଶ ଦେଇ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ଭୁମିକା ନେଉଥିବା ସଂସ୍ଥା ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚ୍ୟାମ୍ବର୍ସ ଆଣ୍ଡ୍ ଇଣ୍ଡଷ୍ଟୀ (ଫିକି ଇଣ୍ଡିଆ)ର ୯୪ତମ ବାର୍ଷଇକ ଅଧିବେଶନରେ ନୂତନ କର୍ମକର୍ତ୍ତାଙ୍କର ନିର୍ବାଚନ ଅନୁଷ୍ଠିତ ହୋଇଛି। ଦିଲ୍ଲୀସ୍ଥିତ ଆୟୋଜିତ ଦୁଇଦିନିଆ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ଯୋଗ ଦେଇଥିଲେ। ହିନ୍ଦୁସ୍ତାନ ୟୁନିଲିଭର୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ମେହେଟ୍ଟା ଫିକିର ସଭାପତି ଭାବେ ମନୋନୀତ ହୋଇଛନ୍ତି। ଅପରପକ୍ଷରେ ଫିକି ଇଣ୍ଡିଆର ବରିଷ୍ଠ ଉପସଭାପତି ଭାବେ ଜଣାଶୁଣା ଓଡ଼ିଆ ଶିଳ୍ପପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ନିର୍ବାଚିତ ହୋଇଛନ୍ତି। ଆଗାମୀ ଦିନରେ ଦେଶର ଔଦ୍ୟୋଗିକ ବିକାଶ ତଥା ଓଡ଼ିଶା ଶିଳ୍ପାୟନରେ ସମ୍ଭାବନାର ବିକାଶ ଦିଗରେ ସେ ନିଜର ଯୋଗଦାନ ଦେବେ ବୋଲି ନବନିର୍ବାଚିତ ଉପସଭାପତି ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି।
ସୂଚନା ଯେ, ୧୯୯୩ରେ ଶୁଭ୍ରକାନ୍ତ ଇମ୍ଫାରେ ଯୋଗ ଦେଇଥିବା ବେଳେ ସମ୍ପ୍ରତି ସେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଆନ୍ତର୍ଜାତିକ ଚାମ୍ବର ଅଫ୍ କମର୍ସର ଭାରତୀୟ ଚାପ୍ଟର ସଭାପତି (୨୦୧୭-୧୮) ଏବଂ ପ୍ୟାରିସ୍ସ୍ଥିତ ଇଣ୍ଟର୍ନ୍ୟାସ୍ନାଲ୍ କ୍ରୋମିଅମ୍ ଡେଭଲପ୍ମେଣ୍ଟ୍ ଆସୋସିଏସନ୍ (ଆଇସିଡିଏ)ର ସଭାପତି (୨୦୧୩-୧୫)ର ଦାୟିତ୍ୱ ନିର୍ବାହ କରିଛନ୍ତି। ଆମେରିକାସ୍ଥିତ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟର କେଷ୍ଟ୍ରମ୍ ସ୍କୁଲ୍ ଅଫ୍ ବିଜିନେସ୍ରୁ ଫାଇନାନ୍ସ ଓ ଅପରେସନ୍ ମ୍ୟାନେଜ୍ମେଣ୍ଟ୍ରେ ସେ ସମ୍ମାନଜନକ ଡିଗ୍ରୀ ହାସଲ କରିଛନ୍ତି।
Post Views: 1,578