ଶୁକ୍ର ଗୋଚର ୨୦୨୩ : ଆସନ୍ତାକାଲି ଠୁ ଏହି ତିନି ରାଶିଙ୍କ ଭାଗ୍ୟ ବଦଳାଇବେ ଶୁକ୍ର, ହେବ ଟଙ୍କାର ବର୍ଷା
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ ,ଖ୍ୟାତି , ପ୍ରେମ ଓ ବିବାହର କାରକ ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତିଙ୍କ ରାଶିରେ ଶୁକ୍ରଙ୍କ ଗୁରୁତ୍ବ ବେଶ ଅଧିକ ଥାଏ। ଯଦି ଆପଣଙ୍କ ରାଶିରେ ଶୁକ୍ର ଦୁର୍ବଳ ଅଛନ୍ତି । ତେବେ ଆପଣଙ୍କ ଜୀବନରେ ସୁଖ ଦୂରେଇ ଯିବ। କିନ୍ତୁ ବର୍ତ୍ତମାନ ଶୁକ୍ର କର୍କଟ ରାଶିରେ ଅଛନ୍ତି। ହେଲେ ଆସନ୍ତାକାଲି ( ଅକ୍ଟୋବର ୨) ସକାଳ ୫ଟା ୩୦ ମିନିଟ୍ ସମୟରେ ଶୁକ୍ର ସିଂହ ରାଶିକୁ ଚଳନ କରିବେ । ୧୭ ଅକ୍ଟୋବର ଯାଏଁ ଶୁକ୍ର ଏହି ରାଶିରେ ରହିବେ। ତେବେ, ଶୁକ୍ରଙ୍କ ଏହି ଚଳନ ତିନୋଟି ରାଶିକୁ ମାଲେମାଲ୍ କରିଦେବ। ସେମାନଙ୍କ ଜୀବନରେ ଆର୍ଥିକ ସ୍ଥିତି ମଜବୁତ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ।
ଧନବାନ୍ ହେବେ ଏହି ତିନି ରାଶି :
ତୁଳା ରାଶି : ଶୁକ୍ରଙ୍କ ସିଂହ ରାଶିକୁ ଚଳନ ଏହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ ବ୍ୟବସାୟରେ ଭଲ ଅଭିବୃଦ୍ଧି ଏବଂ ଅଗ୍ରଗତି ହେବ । ବଡ ଡିଲ୍ ବି ବ୍ୟବସାୟ ପାଇଁ ଫାଇନାଲ୍ ହୋଇପାରେ। ଖାସ୍ କରି, ଆପଣଙ୍କୁ ଏହି ସମୟରେ ନୂତନ ଚାକିରି ପାଇଁ ଭଲ ଅଫର ବି ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ଭଲ ଫଳାଫଳ ମିଳିବ। ଅବିବାହିତଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ। ଏବଂ ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ। ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିଥିବେ, ତେବେ ସେଥିରୁ ଆପଣଙ୍କୁ ଲାଭ ପାଇବା ସମ୍ଭାବନା ଅଧିକ ରହିଛି । ପୌତୁକ ସମ୍ପତ୍ତିରୁ ମଧ୍ୟ ଆପଣଙ୍କୁ ଲାଭ ମିଳିପାରେ।
ମେଷ ରାଶି : ଶୁକ୍ରଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ଚମକିବ। ଖାସ୍ କରି ଏହି ଅବଧି ମଧ୍ୟରେ ଅବିବାହିତ ଲୋକଙ୍କ ବିବାହ ଯୋଗ ରହିଛି। ଆପଣଙ୍କ ଜୀବନ ସାଥୀ ସହ ପ୍ରେମ ସମ୍ପର୍କ ମଜବୁତ୍ ହେବ। ଏପରିକି ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ବି ଯୋଡି ହେବାର ସମ୍ଭାବନା ରହିଛି। ଏପରିକି ବିବାହିତ ଜୀବନ ସୁଖମୟ ହେବ। ଖାସ୍ କରି ନୂତନ ନିଯୁକ୍ତି ପାଇଁ ବିଦେଶରୁ ଆପଣଙ୍କୁ ଅଫର ମିଳିପାରେ। ଏହି ସମୟରେ କମ୍ପିଟେଟିଭ୍ ପରୀକ୍ଷାର୍ଥୀ ବା ଆଶାୟୀ ମାନେ ବି ଶୁଭଫଳ ପାଇବେ। ଖାସ୍ କରି ଏହି ସମୟରେ ଆପଣ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଏପରିକି ଯେଉଁମାନେ ରାଜନୈତିକ ବ୍ୟକ୍ତି ବିଶେଷ ଅଛନ୍ତି । ସେମାନେ ଏହି ସମୟରେ ଦଳ ପରିବର୍ତ୍ତନ କଲେ ବି ସେମାନଙ୍କ କ୍ୟାରିୟର ପାଇଁ ବେଶ୍ ଭଲ ହେବ।
କୁମ୍ଭ ରାଶି : ଶୁକ୍ରଙ୍କ ଗୋଚର ମଧ୍ୟ ଏହି ରାଶିକୁ ମାଲେମାଲ୍ କରିବ। ଖାସ୍ କରି ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ଏହି ଅବଧି ମଧ୍ୟରେ ଆପଣ ନୂତନ ଗାଡି ଓ ଘର ମଧ୍ୟ କ୍ରୟ କରିବାର ସମ୍ଭାବନା ରହିଛି। ବେପାର ବାଣିଜ୍ୟରୁ ମଧ୍ୟ ଆପଣଙ୍କୁ ବେଶ ଦୁଇ ପଇସା ଲାଭ ମିଳିବ। ଆପଣ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଏବଂ ସକରାତ୍ମକତାରେ ଏକ ଉନ୍ନତି ଦେଖିବ ଏବଂ ବ୍ୟବସାୟରେ ସଫଳ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ ।
