ଶ୍ରଦ୍ଧା ହତ୍ୟା ମାମଲା : ଜଙ୍ଗଲରୁ ମିଳିଥିବା ହାଡ଼ ସହ ମ୍ୟାଚ୍ ହେଲା ବାପାଙ୍କ ଡିଏନଏ
ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ଫୋରେନସିକ୍ ଲ୍ୟାବ ସୂତ୍ର ଅନୁଯାୟୀ, ଜଙ୍ଗଲରୁ ପୋଲିସ ପାଇଥିବା ହାଡ ସହିତ ଶ୍ରଦ୍ଧାଙ୍କ ପିତାଙ୍କ ଡିଏନ୍ଏ ମେଳ ଖାଇଛି। ଏହା ସହିତ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଥିବା ଫୋରେନସିକ୍ ଯାଞ୍ଚରେ ମଧ୍ୟ ଏହା ନିଶ୍ଚିତ ହୋଇଛି। ଫୋରେନସିକ୍ ଟିମ୍ କହିଛି ଯେ ଶ୍ରଦ୍ଧାଙ୍କ ମୃତଦେହ କାଟିବାର ଚିହ୍ନ ଦେଖିବାକୁ ମିଳିଥିଲା । ତେବେ ପୋଲିସ ଏଥିରେ ବ୍ୟବହୃତ ହୋଇଥିବା ଆରି ମଧ୍ୟ ପୋଲିସ ଉଦ୍ଧାର କରିଛି। ବର୍ତ୍ତମାନ ଫୋରେନସିକ୍ ଟିମ୍ ଦିଲ୍ଲୀ ପୋଲିସକୁ ମୌଖିକ ସୂଚନା ଦେଇଛି। ତଥାପି, ପୂରା ରିପୋର୍ଟ ଆସିବାକୁ ଆହୁରି ସମୟ ଲାଗିବ ବୋଲି ପୋଲିସ କହିଛି।
ଉଲ୍ଲେଖନୀୟ କଥା ହେଉଛି, ଅଭିଯୁକ୍ତ ଆଫତାବଙ୍କ ସ୍ୱୀକାର ପରେ ଦିଲ୍ଲୀ ପୋଲିସ ଯାଞ୍ଚ ସମୟରେ ମେହେରୁଲି ଜଙ୍ଗଲରେ ଅନେକ ଅସ୍ଥି ପାଇଥିଲା। ଏହି ହାଡ଼ଗୁଡ଼ିକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯାଇଥିଲା । ଏଥି ସହିତ ଅସ୍ଥି ସହିତ ଡିଏନଏ ମେଳ ପାଇଁ ଶ୍ରଦ୍ଧାଙ୍କ ପିତାଙ୍କ ରକ୍ତ ନମୁନା ନିଆଯାଇଥିଲା । ଫୋରେନସିକ୍ ଲ୍ୟାବ ସୂତ୍ର ଅନୁଯାୟୀ, ଶ୍ରଦ୍ଧାଙ୍କ ପିତାଙ୍କ ଡିଏନ୍ଏ କିଛି ହାଡ ସହିତ ମେଳ ହୋଇଛି। ଯଦିଓ ଫୋରେନସିକ୍ ଟିମ୍ ଏହା ଉପରେ ଅଧିକ ତଦନ୍ତ ଜାରି ରଖିଛି।
ଦିଲ୍ଲୀ ପୋଲିସ ଶ୍ରଦ୍ଧାଙ୍କ ମୃତଦେହର ଖଣ୍ଡଗୁଡ଼ିକୁ ନିରନ୍ତର ଅନୁସନ୍ଧାନ କରୁଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ଠୋସ୍ ସଫଳତା କିଛି ମିଳି ପାରିନାହିଁ। ଶୁକ୍ରବାର ଦିନ ଦିଲ୍ଲୀ ନିକଟସ୍ଥ ହରିୟାଣାର ଫରିଦାବାଦସ୍ଥିତ ଜଙ୍ଗଲ ଭିତରେ ଥିବା ଏକ ସୁଟକେସରେ ପୋଲିସ ଶରୀରର କିଛି ଅଂଶ ଜବତ କରିଛି ଯାହା ମହିଳାଙ୍କ ପରି ମନେହେଉଛି। ଅନୁସନ୍ଧାନ ଚାଲିଥିବା ସୁରଜକୁଣ୍ଡ ଜଙ୍ଗଲରୁ ମିଳିଥିବା ଏହି ସୁଟକେସ ବିଷୟରେ ଫରିଦାବାଦ ପୋଲିସ ସୂଚନା ଦେଇଛି।
ପୋଲିସ ସୂତ୍ର ଅନୁଯାୟୀ, ସୁରଜକୁଣ୍ଡ ଜଙ୍ଗଲରେ ଥିବା ସୁଟକେସ ଭିତରୁ ମିଳିଥିବା ଶରୀରର ଅଂଶ ପୁରା ରହିଛି। ଏଠାର କହିରଖୁଛୁଯେ, ୧୮ ମେ ରେ ଶ୍ରଦ୍ଧାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରି ଜଙ୍ଗଲରେ ଫୋପାଡିବା କଥା ଲିଭଇନ ପାର୍ଟନର ଆଫତାବ ନିଜେ ପୋଲିସ ଆଗରେ ମତ ରଖିଛି ।
ମୁମ୍ବାଇର ଝିଅ ଶ୍ରଦ୍ଧାଙ୍କୁ ହତ୍ୟାକରି ଥିବା ହତ୍ୟାକାରୀ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି ଏବଂ ତାଙ୍କର ପଲିଗ୍ରାଫ ଟେଷ୍ଟ ଚାଲିଛି । ପିଏଟି ହେଉଛି ଏକ ପ୍ରକାର ମାନସିକ ବିଶ୍ଳେଷଣ ବା ସାଇକୋଲୋଜିକାଲ ଆନାଲିସସ୍ ପରୀକ୍ଷା, ଯାହା ମାଧ୍ୟମରେ ଅପରାଧୀଙ୍କ ସତ ଓ ମିଛ କଥାକୁ ଚିହ୍ନଟ କରାଯାଏ ।
