ନୀଳଗିରିରୁ ୨୦୦୦ଲିଟର ପୋଚ ଓ ୨୦୦ ଲିଟର ଦେଶୀମଦ ଜବତ, ଜଣେ ଗିରଫ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟ ପାଦଦେଶରେ ବାଲେଶ୍ୱର ଓ ନୀଳଗିରି ଅବକାରୀ ବିଭାଗର ମିଳିତ ଟିମ୍ ଚଢ଼ାଉ କରି ନୀଳଗିରି ବ୍ଲକର କେସିପୁର ପଞ୍ଚାୟତର ହାତୀକୁଟ ଅଞ୍ଚଳର ରତିକାନ୍ତ ସିଂ (୪୫)ଙ୍କ ଠାରୁ ୨୦୦୦ଲିଟର ପୋଚ ଓ ୨୦୦ଲିଟର ଦେଶୀମଦ ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି । ବାଲେଶ୍ୱର ମୋବାଇଲ ସ୍କ୍ୱାର୍ଡ଼, ନୀଳଗିରି ଅବକାରୀ ବିଭାଗ ଚଢ଼ାଉରେ ସାମିଲ ଥିଲେ ।
କୁଲଡ଼ିହା ଅଭୟାରଣ୍ୟରେ ଉକ୍ତ ଦେଶୀମଦ କାରବାର ଚାଲିଥିବା ବେଳେ ବନ ବିଭାଗ କିପରି ଜାଣି ପାରୁ ନାହାନ୍ତି ସାଧାରଣରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲା ଭ୍ରାମ୍ୟମାଣ ଅବକାରୀ ଇନିସ୍ପେକ୍ଟର ଗାଲୁରାମ ସୋରେନ ଓ ନୀଳଗିରି ଅବକାରୀ ବିଭାଗର ଏଏସ୍ଆଇ ଜୟମାଧବ ଦାସ ପଟ୍ଟନାୟକଙ୍କ ମିଳିତ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ।
